ମେଷ: ଆତ୍ମବିଶ୍ୱାସ ବଳରେ କାମ ପୂରା କରିନେବେ। ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବୃଷ: ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଚାକିରିଆଙ୍କୁ ଭଲ ପରିଣାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀ ଯୁଗଳଙ୍କୁ ଦିନଟି ଖୁସି ଦେବ।
ମିଥୁନ: ଆପଣଙ୍କର ବାକିଥିବା ସବୁ କାମ ପୂରା କରିନେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ହେବ।
କର୍କଟ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରିନିଅନ୍ତୁ। ପିଲାମାନଙ୍କ ପାଠପଢ଼ାକୁ ନେଇ ଆପଣ ସତର୍କ ରହିବା ଦରକାର।
ସିଂହ: କୋର୍ଟ କଚେରି ମାମଲାରେ ନିସ୍ତାର ପାଇବେ। ଇଂଜିନିୟରଙ୍କ ଲାଗି ଦିନଟି କିଛି ପରିବର୍ତ୍ତନ ଆଣିବ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।
କନ୍ୟା: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।
ତୁଳା: ଜୀବିକାର୍ଜନରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ। ସୁସମ୍ବାଦ ପାଇବେ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।
ବିଛା: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବିଦେଶୀ କଂପାନି ସହ ଚୁକ୍ତି ହେବାର ଯୋଗ ଅଛି।
ଧନୁ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଦୂର ହୋଇଯିବ। ଧର୍ମକାର୍ଯ୍ୟ କରିବାର ଅବସର ପାଇବେ। ପିଲାମାନେ ନିଜର ମନକଥା ବାପା ମାଆଙ୍କୁ କହିବେ।
ମକର: ଦାମ୍ପତ୍ୟ ଜୀବନ ମିଷ୍ଟତାରେ ପୂର୍ଣ୍ଣ ରହିବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରକଳ୍ପ ପୂରା କରିବେ। ନୂଆ ବ୍ୟବସାୟ ଆରମ୍ଭ ପୂର୍ବରୁ କାହାରି ପରାମର୍ଶ ନିଅନ୍ତୁ।
କୁମ୍ଭ: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ଭଲ ହେବ।
ମୀନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।