publive-imageମେଷ: ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। କାହାରି ସହିତ କଥା ହେବା ସମୟରେ ନିଜର ଭାଷା ଉପରେ ସଂଯମ ରଖନ୍ତୁ। କୌଣସି ନୂଆ କାମ ଶିଖିବାରେ ଅବସର ପାଇବେ।

Advertisment

publive-imageବୃଷ: ପାରିବାରିକ ଜୀବନ ସୁଖମୟ ହେବ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ବଡ଼ ଉଦ୍ୟୋଗରୁ ଚାକିରି ପାଇଁ ଡାକରା ଆସିବ। ସରକାରୀ କାମରେ ସଫଳତା ମିଳିବ।

publive-imageମିଥୁନ: ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିଲେ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

publive-imageକର୍କଟ: ଆପଣଙ୍କର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ବହୁତ ଭଲ ହେବ। ବୈବାହିକ ଜୀବନରୁ ସୁଖ ମିଳିବ। ଆପଣ ନିଜର ବେପାରକୁ ନେଇ ବଡ଼ ନିଷ୍ପତ୍ତି ନେବେ।

publive-imageସିଂହ: ଯେଉଁ କାମ କରିବାକୁ ଚାହିଁବେ ତାହା ଆରାମରେ ପୂରା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଅନ୍ୟ ଆଗରେ ନିଜର କଥା ସ୍ପଷ୍ଟ ଭାବରେ କହନ୍ତୁ।

publive-imageକନ୍ୟା: କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ବାପା ମାଆଙ୍କର ସହଯୋଗ ପାଇବେ। ଅଚାନକ ଖୁସି ଖବର ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ମନ ସ୍ଥିର କରିବେ।

publive-imageତୁଳା: ନିଜ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା କରିବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। କାରବାରରେ ଅସ୍ଥିରତା ଦେଖା ଦେବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ।

publive-imageବିଛା: କର୍ତ୍ତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ମତ ଦିଅନ୍ତୁ। ଦାମ୍ପତ୍ୟ ସ୍ନେହ ବଜାୟ ରହିବ। ମହିଳାମାନଙ୍କ ଲାଗି ଦିନଟି ଖୁବ୍ ଭଲ। ବନ୍ଧୁ ସହ ଭଲ ସମୟ କାଟିବେ।

publive-imageଧନୁ: ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନରେ ତା‌ଳମେଳ ରହିବ। ପାରିବାରିକ ସମ୍ବନ୍ଧରେ ଆନନ୍ଦ ବଢ଼ିବ।

publive-imageମକର: ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି। ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଶିକ୍ଷା ଆହରଣ କରିବେ। ଶୁଭ ଖବର ମିଳିବ।

publive-image

କୁମ୍ଭ: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ। ଦୈନିକ କାମରେ ଆପଣଙ୍କୁ ପୂର୍ଣ୍ଣ ସଫଳତା ମିଳିବ। ଧନଲାଭର ସମ୍ଭାବନା ଅଛି।

publive-imageମୀନ: ଆପଣ କୌଣସି ଖୁସି ଖବର ପାଇବେ। ନୂଆ ଉତ୍ସରୁ ଧନ ପ୍ରାପ୍ତି ହେବ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ନୂଆ ଯୋଜନା ପ୍ରଗତିର ଦ୍ବାର ଖୋଲିଦେବ।