ମେଷ: ଆପଣ ନୂଆ ବିଚାର ଗ୍ରହଣ କରିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ଆଶାଠୁଁ ଅଧିକ ସଫଳତା ମିଳିବ।
ବୃଷ: ଯୋଜନା ତିଆରି କରିବା ଲାଗି ଦିନଟି ଭଲ। ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। କର୍ମଜୀବୀ ମହିଳାଙ୍କର ଦରମା ବୃଦ୍ଧି ହୋଇପାରେ। ଘରକୁ ବନ୍ଧୁ ଆସିବେ।
ମିଥୁନ: କିଛି ନୂଆ ସୁବିଧା ପାଇବେ ଯାହା ଦ୍ବାରା ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
କର୍କଟ: ଲାଗି ରହିଥିବା ମକଦ୍ଦମାର ସମାଧାନ ବାହାରିବ। ଆପଣଙ୍କର ଆକର୍ଷଣୀୟ ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବ। ଭୂସଂପତ୍ତି କିଣିବା ଲାଗି ଦିନଟି ଭଲ।
ସିଂହ: କାର୍ଯ୍ୟକ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବେ। ନିର୍ଦ୍ଧାରିତ ଲକ୍ଷ୍ୟର ଖୁବ୍ ନିକଟରେ ପହଞ୍ଚିପାରିବେ।
କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନାରେ ବୁଡ଼ି ରହିବ। କୌଣସି ବନ୍ଧୁ ସହ ଅଚାନକ ଦେଖା ହେବ। ବ୍ୟବସାୟରେ ମନ ମୁତାବକ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
ତୁଳା: ବାଣୀ ଉପରେ ସଂଯମ ରଖନ୍ତୁ। କାହାରି ସହିତ ତର୍କ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି।
ବିଛା: ମାନସିକ ଶାନ୍ତି ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଅର୍ଥ ଦିଆନିଆ ବେଳେ ସାବଧାନ ରହନ୍ତୁ।
ଧନୁ: ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ଉପରେ ଲୋକଙ୍କର ଭରସା ବଢ଼ିବ। ପରିବାର ସହିତ ଖୁସିରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଠିକ୍ ରହିବ।
ମକର: ସରକାରୀ କର୍ମଚାରୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ। ଆପଣଙ୍କ କୃତିକୁ ଲୋକେ ପ୍ରଶଂସା କରିବେ।
କୁମ୍ଭ: ପ୍ରଗତି ପଥରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ସଫଳତା ଓ ଉଚ୍ଚ ପଦ ପାଇବା ପାଇଁ ଇଚ୍ଛା ବଢ଼ିବ। ଗୃହିଣୀମାନେ ରୋଷେଇ କରୁଥିବା ସମୟରେ ସାବଧାନ ରହନ୍ତୁ।
ମୀନ: ଅଫିସରେ ଯେଉଁ କାମ କରିଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ରାଜ୍ୟ ବାହାରକୁ ପଠାଇ ପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।