ମେଷ: ସବୁ କାମ ସଫଳ ହେବ। ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ। ଭାଗୀଦାରିରେ କୌଣସି ବ୍ୟବସାୟ ଆରମ୍ଭ କରିପାରନ୍ତି। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।
ବୃଷ: ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। କମିସନି କାରବାର କରୁଥିବା ଲୋକ ସାବଧାନ ରହିବା ଦରକାର। ଆପଣଙ୍କର ସୁଖ ସୁବିଧା ବଢ଼ିବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ମାର୍ଗ ଖୋଜିନେବେ। ଛାତ୍ରଛାତ୍ରୀଙ୍କୁ ଶୁଭ ଖବର ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ।
କର୍କଟ: ଭାଗ୍ୟର ପୂରା ସହଯୋଗ ମିଳିବ। ପୁରୁଣା ପରିଚୟ ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ଲାଭ ହେବ। ଘରୋଇ ଉଦ୍ୟୋଗରେ ଚାକିରି ମିଳିପାରେ। ଓକିଲଙ୍କ ଲାଗି ଦିନଟି ଭଲ।
ସିଂହ: ଆପଣ ଆତ୍ମବିଶ୍ବାସୀ ରହିବେ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ।
କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ବିଚାର ଆଡ଼କୁ ଢଳି ରହିବ। ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଅଫିସରେ କୌଣସି ନୂଆ ଦାୟିତ୍ବ ପାଇପାରନ୍ତି।
ତୁଳା: କାମ କରିବା ବେଳେ ସମ୍ମୁଖକୁ ନୂଆ ଆହ୍ବାନ ଆସିବ। ବିବେକ ବଳରେ ସଫଳତା ହାସଲ କରିବେ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି।
ବିଛା: ବାଟରେ ଯିବାବେଳେ ବନ୍ଧୁ ସହିତ ଦେଖା ହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ।
ଧନୁ: ଆପଣଙ୍କ କଥା କହିବା ଶୈଳୀ ପାଇଁ ସମାଜରେ ଲୋକପ୍ରିୟତା ବଢ଼ିବ। ସରକାରୀ ଚାକିରିଆ ନିଜର କାମରେ ଅଧିକ ଧ୍ୟାନ ଦିଅନ୍ତୁ। ପ୍ରେମୀଯୁଗଳଙ୍କ ସମ୍ପର୍କ ଦୃଢ଼ ହେବ।
ମକର: ଅଫିସରେ ଆପଣଙ୍କୁ ସାବଧାନ ରହିବାକୁ ହେବ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। କ୍ରିକେଟ୍ ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ।
କୁମ୍ଭ: ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। ନୂଆ କାମ କରିବାର ସୁଯୋଗ ଆସିବ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ଭ୍ରମଣରେ ଯିବା ପାଇଁ ଯୋଜନା କରି ପାରନ୍ତି।
ମୀନ: ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହ ପ୍ରେମ ବଜାୟ ରହିବ।