publive-imageମେଷ: ସକାରାତ୍ମକ ଭାବନା ସହ ବେପାରରେ ନିବେଶ କଲେ ଲାଭ ହେବ। ଆପଣ କିଛି ଶିଖିବାର ମଉକା ପାଇବେ। ଜୀବନସାଥୀଙ୍କ ସହ ନମ୍ର ଭାବରେ କଥାବାର୍ତ୍ତା କରନ୍ତୁ।

Advertisment

publive-imageବୃଷ: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ଆଣିଦେ‌ବ। ବଜାରରୁ ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ବେପାରରେ ଗତି ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

publive-imageମିଥୁନ: ଲେଖକ ପୁସ୍ତକ ରଚନା ସଂପୂର୍ଣ୍ଣ କରିବେ। ବସ୍ତ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ବଡ଼ଙ୍କର ପରାମର୍ଶ ମିଳିବ। ବାପା ଆପଣଙ୍କୁ ମହତ୍ତ୍ବପୂର୍ଣ୍ଣ କାମ କରିବାକୁ କହିବେ।

publive-image

କର୍କଟ: ରାଜନେତା କୌଣସି ସମାରୋହରେ ଯୋଗ ଦେବାକୁ ଯିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଯୋଜନାବଦ୍ଧ ଉପାୟରେ କାମ କଲେ ବେପାରରେ ଲାଭ ହେବ।

publive-imageସିଂହ: ଶାନ୍ତ ମନରେ ଦିନ ଆରମ୍ଭ କରିବେ। କୌଣସି କଂପାନିରୁ ଚାକିରି ସୁଯୋଗ ଆସିବ। ଲୋେକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଜୀବନସାଥୀଙ୍କ ପାଇଁ ଲୁଗା କିଣିବେ।

publive-imageକନ୍ୟା: ଶିକ୍ଷକଙ୍କ ଲାଗି ଦିନଟି ଭଲ। ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ।

publive-imageତୁଳା: ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କଲେ ବେପାରରେ ଲାଭ ହେବ। ପିଲାଙ୍କ ସହିତ ବାହାରକୁ ବୁଲି ଯିବେ। ଆପଣ କୌଣସି ମନୋରଂଜନଧର୍ମୀ କାମ କରିବେ।

publive-imageବିଛା: ଅପ୍ରାସଙ୍ଗିକ କଥା ଉପରେ ଧ୍ୟାନ ଦେଲେ ସମୟ ନଷ୍ଟ ହେବ। ସଙ୍ଗୀତଜ୍ଞଙ୍କ ଲାଗି ଭଲ ଦିନଟିଏ। ସାମାଜିକ ସଂପର୍କ ମଜଭୁତ ହେବ। ସାହିତ୍ୟ ପଠନରେ ଆପଣଙ୍କର ରୁଚି ବଢ଼ିବ।

publive-imageଧନୁ: ଆପଣ ଯୋଜନାବଦ୍ଧ ରୂପେ କାମ କରିବେ। କୌଣସି ସମାରୋହରେ ସାମିଲ ହେବେ। ଘରର ପରିବେଶରେ ଶାନ୍ତି ବଜାୟ ରହିବ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ।

publive-imageମକର: ସୌନ୍ଦର୍ଯ୍ୟୀକରଣ ବେପାରୀଙ୍କୁ ବଡ଼ ଠିକା ମିଳିପାରେ। ଗରିବଙ୍କୁ ସାହାଯ୍ୟ କରିବାରେ ମଉକା ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।

publive-image

କୁମ୍ଭ: ଆପଣଙ୍କୁ କୌଣସି ଶୁଭ ସଂକେତ ମିଳିପାରେ। କ୍ୟାରିୟରରେ ଉନ୍ନତି କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରନ୍ତି।

publive-imageମୀନ: ବିଲଡର୍‌ଙ୍କୁ ଠିକା କାମରୁ ଲାଭ ମିଳିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କିଛି ଶିଖିବେ। ବ୍ୟବସାୟ କାମରେ ନିଜର ବିବେକ ପ୍ରୟୋଗ କରନ୍ତୁ।