ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମ ଧନ୍ଦା ସାରିବା ଲାଗି ନୂଆ ଉପାୟ ପାଇବେ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ।

ବୃଷ: ଆଖପାଖର ଲୋକଙ୍କ ପ୍ରତି ଉଦାର ରହିବେ। ପରିଶ୍ରମ ବଳରେ ସଫଳତା ମିଳିବ। ବଜାର‌ରେ କୌଣସି ବନ୍ଧୁ ସହ ସାକ୍ଷାତ ହେବ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ମିଥୁନ: କଳା କ୍ଷେତ୍ରରେ ରୁଚି ବଢ଼ିବ। ପରିବାରରେ ଖୁସି ଜାରି ରହିବ। ଅଚାନକ ଧନଲାଭର ଯୋଗ ରହିଛି। ମହିଳାଙ୍କୁ ଜିନିଷ କିଣିବାରେ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ସାମାଜିକ ସମାରୋହକୁ ଯିବାର ଅବସର ମିଳିବ। ବାହନ କିଣିବା ଲାଗି ଭାବିବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟର ଅନ୍ତ ହେବ।

ସିଂହ: ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ। ଅନ୍ୟର ଉତ୍ସାହ ଦେଖି ଉତ୍ସାହିତ ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆଇନ ଛାତ୍ର କୌଣସି ବଡ଼ ଓକିଲ ସହ କାମ କରିବେ।

କନ୍ୟା: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧୈର୍ଯ୍ୟ ଧରି କଥା ହେଲେ ସଫଳତା ପାଇବେ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।

ତୁଳା: ମନରେ ନୂଆ ନୂଆ ବିଚାର ଆସିବ। ପରିବାର ସହ ସହରକୁ ଜିନିଷ କିଣିବା ଲାଗି ଯିବେ। ଚାକିରି ଓ ବୃତ୍ତିରେ ଉନ୍ନତି ହେବ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ।

ବିଛା: କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଉପହାର ପାଇବେ।

ଧନୁ: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜମିର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆସ୍ଥା ବଢ଼ିବ।

ମକର: ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ଆର୍ଥିକ ପକ୍ଷ ସୁଦୃଢ଼ ହେବ। ସଫ୍‌ଟୱେର ଯନ୍ତ୍ରୀଙ୍କ ଲାଗି ବିଶେଷ ଦିନଟିଏ। ଘରୋଇ କାମ ସଂପୂର୍ଣ୍ଣ କରିବେ।

କୁମ୍ଭ: କୌଣସି ଜରୁରୀ କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ସୁସମ୍ବାଦ ମିଳିବ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଅନୁକୂଳ।

ମୀନ: ପରିବାର ସହ କୌଣସି କାମରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ। ବ୍ୟବସାୟରେ ଉନ୍ନତି ହେବ। ପ୍ରେମୀଯୁଗଳ ପରସ୍ପରର ଭାବନା ଜାଣିବାକୁ ଚେଷ୍ଟା କରିବେ।

ସମ୍ବନ୍ଧିତ ଖବର