ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ। ‌

 

ବୃଷ: ବାପା ମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ। ‌

ମିଥୁନ: ବ୍ୟବସାୟରେ ଭାବିଚିନ୍ତି ଚୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ। ‌

କର୍କଟ: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା-ଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

ସିଂହ: ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି। ପ୍ରେମ ଜୀବନ ମଧୁର ହେବ।

କନ୍ୟା: ନୂଆ ଶକ୍ତିରେ ପରିପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ଘରର ପରିବେଶ ଭଲ ରହିବ। ମହିଳାମାନେ ଅନ୍‌ଲାଇନ୍‌ରେ କିଣାକିଣି କରିବେ।

 

ତୁଳା: କାହା ସହ ଉଚ୍ଚସ୍ବରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ପଡ଼ିବ। ମହିଳାମାନଙ୍କୁ ଘରଲୋକଙ୍କ ସାହାଯ୍ୟ ମିଳିବ।

ବିଛା: ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

 

ଧନୁ: ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ସଂସ୍ଥାରେ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି।

 

ମକର: ଘନିଷ୍ଠ ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ଛାତ୍ରଙ୍କୁ ଶିକ୍ଷକଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ।

 

କୁମ୍ଭ: ବନ୍ଧୁ ଓ ସ୍ବଜନଙ୍କ ସହ ସମ୍ବନ୍ଧ ଆହୁରି ଭଲ ହେବ। କୋର୍ଟ କ‌ଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ବାପା ଓ ବଡ଼ ଭାଇଙ୍କ ସହଯୋଗରେ ନୂଆ ବେପାର ଆରମ୍ଭ କରିବାକୁ ଭାବିପାରନ୍ତି।

ମୀନ: ଆର୍ଥିକ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁ ସହ କଥା ହୋଇ ମନ ଭଲ ଲାଗିବ।

ସମ୍ବନ୍ଧିତ ଖବର