publive-image

Advertisment

ମେଷ: ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ହେବ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ସାଥୀଙ୍କ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବେ।

publive-image

ବୃଷ: ଆପଣଙ୍କର ଉଦାର ସ୍ବଭାବ ଖୁସିର ମୁହୂର୍ତ୍ତ ନେଇ ଆସିବ। ଜରୁରୀ କାମରେ ଭଉଣୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପଡ଼ୋଶୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

publive-image

ମିଥୁନ: ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ। ସନ୍ତାନର ସଫଳତାରେ ପରିବାର ଖୁସି ହେବ। ବନ୍ଧୁ ଆପଣଙ୍କୁ ବଧାଇ ଦେବା ପାଇଁ ଘରକୁ ଆସିବେ।

publive-image

କର୍କଟ: ଅଫିସରେ କାମର ବୋଝ ଅଧିକ ରହିବ। ଧୀଶକ୍ତି ବଳରେ ସ୍ଥିତିକୁ ସମ୍ଭାଳି ନେବେ। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ।

publive-image

ସିଂହ: ଘରେ ଧର୍ମକାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଘର କାମ ପାଇଁ ଅଫିସରେ ପହଞ୍ଚିବାରେ ବିଳମ୍ବ ହେବ। ଡାକ୍ତରୀ ଛାତ୍ରଙ୍କୁ ବରିଷ୍ଠ ଡାକ୍ତରଙ୍କ ସହ କାମ କରିବାର ଅବସର ମିଳିବ।

publive-image

କନ୍ୟା: ସବୁ କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସିମେଣ୍ଟ ବେପାରୀଙ୍କ ଲାଗି ଦିନଟି ଭଲ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ।

publive-image

ତୁଳା: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଦୋକାନୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଆପଣଙ୍କ ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ଜମିରେ ନିବେଶ ଲାଗି ଦିନଟି ଭଲ।

publive-image

ବିଛା: ବିବାଦଠୁଁ ଦୂରରେ ରୁହନ୍ତୁ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ମାଆଙ୍କ ହାତର ବ୍ୟଞ୍ଜନ ଖାଇବାକୁ ପାଇବେ।

publive-image

ଧନୁ: କାରବାର ସମ୍ପର୍କିତ ଜରୁରୀ କାମ ପୂରା ହୋଇଯିବ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କର ମନ ଉପନ୍ୟାସ ପଢ଼ିବାରେ ଲାଗିବ।

publive-image

ମକର: ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ପାରିବାରିକ ପ୍ରସଙ୍ଗରେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଠିକ୍ ଦିଗରେ ଅଗ୍ରସର ହେଲେ ଆର୍ଥିକ ସ୍ଥିତି ବଦଳିବ।

publive-image

କୁମ୍ଭ: ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ ସଫଳତା ନିଶ୍ଚୟ ପାଇବେ। ବ୍ୟବସାୟରେ ନୂଆ ଚୁକ୍ତି ହେବ। ଫାଇନ ଆର୍ଟସ ଛାତ୍ର ସଫଳତାର କିରଣ ଦେଖିବେ।

publive-imageମୀନ: କାମ ପାଇଁ ଅଧିକ ଯାଆସ କରିବେ। ଦୀର୍ଘ ଦିନରୁ ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ସମାଜ କଲ୍ୟାଣ କାର୍ଯ୍ୟରେ ସାହାଯ୍ୟ କରନ୍ତୁ।