ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରରେ ବକେୟା ପଇସା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମକୁ ପ୍ରଶଂସା କରିବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ସାଧାରଣ ରହିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମିଥୁନ: ସଙ୍ଗୀତ, କଳା କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଚାକିରିଜୀବୀଙ୍କର ଆୟ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦୂର ହେବ।

କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରେ ଧାର୍ମିକ କାର୍ଯ୍ୟ ଲାଗି ଯୋଜନା ତିଆରି କରିବେ। ଛାତ୍ରମାନେ ଅଧିକ ପରିଶ୍ରମ କରନ୍ତୁ।

ସିଂହ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। କୌଣସି ସଂପର୍କୀୟ ଠାରୁ ଖୁସି ଖବର ପାଇବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା ତିଆରି କରିବେ। କାହାରି ସହିତ ଉଚ୍ଚସ୍ବରରେ କଥା ହୁଅନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କଥା ହେବେ। ନବ ବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

ବିଛା: ସଠିକ୍ ଯୋଜନା ତିଆରି କରିବେ। ଅଫିସରେ ସହକର୍ମୀଙ୍କ ସହିତ ବାଦ ବିବାଦ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

ମକର: ବନ୍ଧୁ ଓ ସ୍ବଜନ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ଭାଇ ଆପଣଙ୍କୁ ଉପହାର ଦେଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ।

କୁମ୍ଭ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବାର ଭଲ ଦିନଟିଏ।

ମୀନ: ବିଦେଶରେ ଥିବା ବନ୍ଧୁ ଠାରୁ ଖୁସି ଖବର ପାଇବେ। ସଂଘର୍ଷ କରୁଥିବା ଲୋକେ ସଫଳତା ପାଇବେ। ବିଜ୍ଞାନ ଓ ପ୍ରଯୁକ୍ତିବିଜ୍ଞାନ ଛାତ୍ର କିଛି ନୂଆ ଶିଖିବେ।

ସମ୍ବନ୍ଧିତ ଖବର