ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବଡ଼ଙ୍କ ପରାମର୍ଶ ନେଇ ନୂଆ କାମ ଆରମ୍ଭ କରନ୍ତୁ, ଫଳପ୍ରଦ ହେବ। ବେପାରରେ ଅଚାନକ ଧନଲାଭ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ବୃଷ: ପରିବାରରେ ଲାଗି ରହିଥିବା ଝଞ୍ଜଟର ସମାଧାନ କରିବାରେ ସଫଳ ହେବେ। ପ୍ରତିଷ୍ଠା ବୃଦ୍ଧିର ସୁଯୋଗ ପାଇବେ। ଅନ୍ତରଙ୍ଗ ବନ୍ଧୁ ଦେଖା କରିବାକୁ ଆସିପାରନ୍ତି।

ମିଥୁନ: ନିଜର ନିତିଦିନିଆ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। ଉନ୍ନତି ପାଇଁ ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ସମ୍ବନ୍ଧରେ ମଧୁରତା ବଢ଼ିବ।

କର୍କଟ: ବ୍ୟବସାୟରେ ଲୋକଙ୍କର ସାହାଯ୍ୟ ପାଇବେ। ଚାକିରିଆଙ୍କୁ କାମରେ ସଫଳତା ହାସଲ ହେବ। ପ୍ରିୟ ବନ୍ଧୁଙ୍କୁ କୌଣସି ଉପହାର ଦେଇପାରନ୍ତି।

ସିଂହ: ପରିବାରରେ ଲାଗି ରହିଥିବା କଳହ ଦୂର ହେବ। ବିୟୁଟି ପାର୍ଲରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ବିଜ୍ଞାନ ଛାତ୍ର ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ।

କନ୍ୟା: ଭାଇ ସହିତ ସମ୍ବନ୍ଧ ମଜଭୁତ ହେବ। ଗଣମାଧ୍ୟମ କର୍ମଚାରୀଙ୍କୁ ପ୍ରଶଂସା ମିଳିବ। ବ୍ୟାଙ୍କ ଚାକିରିଆଙ୍କର ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା ହେବ।

ତୁଳା: ଫେସନ୍ ଡିଜାଇନର୍‌ଙ୍କ ମସ୍ତିଷ୍କରେ ନୂଆ ଡିଜାଇନ୍‌ର ବିଚାର ଆସିବ। ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ବିଛା: ସ୍ଥଗିତ କାମ ଘର ଲୋକଙ୍କ ସାହାଯ୍ୟରେ ସଂପୂର୍ଣ୍ଣ ହେବ। ପାରିବାରିକ ଜୀବନ ସୁଖକର ହେବ। ମହିଳାମାନେ ନୂଆ ଜିନିଷ ତିଆରି କରିବେ।

ଧନୁ: ଆପଣଙ୍କ ଲାଗି ଦିନଟି ସକାରାତ୍ମକ। ‌ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ନିଜର ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ମକର: କୌଣସି ଶୁଭ ଖବର ପାଇବେ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ମିଳିବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ।

କୁମ୍ଭ: ଲୁଗା ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ। ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ମୀନ: ସାମାଜିକ କାର୍ଯ୍ୟରେ ଭାଗ ନେବେ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇ ‌ନେବେ। କଂପ୍ୟୁଟର ଛାତ୍ରୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର