ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଏଭଳି ଜିନିଷକୁ ମହତ୍ତ୍ବ ଦିଅନ୍ତୁ ଯାହା ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ପରିବାର, କାମ ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଖେଳାଳିମାନଙ୍କ ଲାଗି ଦିନଟି ଭଲ ରହିବ। ‌

ବୃଷ: ଶାନ୍ତ ରହି ନିଜର ପ୍ରାଥମିକତା ଉପରେ ଧ୍ୟାନ ଦିଅନ୍ତୁ। ସରକାରୀ ଚାକିରିଆଙ୍କର କାମ ବୋଝ ଅଧିକ ରହିବ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ତର୍କବିତର୍କ ହେବ।‌

ମିଥୁନ: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତ ଲାଗି ଯୋଜନା କରନ୍ତୁ। ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ। ବିଦେଶରେ ଚାକିରି କରିବା ପାଇଁ ଆଗ୍ରହୀ ଥିବା ବ୍ୟକ୍ତି କିଛି ଦିନ ଅପେକ୍ଷା କରନ୍ତୁ। ଖେଳାଳିମାନେ ପୁରସ୍କୃତ ହେବେ।

ସିଂହ: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ଏଭଳି ବ୍ୟକ୍ତିଙ୍କୁ ଭେଟିବେ ଯାହାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ସମାଜରେ ଡାକ୍ତରଙ୍କର ସୁନାମ ବଢ଼ିବ। ‌

କନ୍ୟା: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ସୁଯୋଗ ହାତଛଡ଼ା କରିବସିବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଜୀବନସାଥୀଙ୍କ ସହିତ ସମୟ କାଟିବେ।

ତୁଳା: ଲେଖକ ଓ କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବିଛା: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ସମ୍ବନ୍ଧରେ ମଧୁରତା ବୃଦ୍ଧି ପାଇବ।

ଧନୁ: ନିଜ ବିଚାରକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତୁ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ସ୍ଥାପନ କଲେ ଲାଭ ମିଳିବ। ପାରିବାରିକ ଜୀବନ ସୁଖକର ହେବ।

ମକର: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଇଂଜିନିୟରଙ୍କୁ ବଡ଼ କଂପାନିରୁ ଇମେଲ୍ ଆସିବ।

କୁମ୍ଭ: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ। ସମ୍ଭବ ହେଲେ କାମ ସନ୍ଧ୍ୟା ପୂର୍ବରୁ ସମାପ୍ତ କରି ନିଅନ୍ତୁ। ପ୍ରିୟଜନଙ୍କୁ ହୃଦୟର କଥା କୁହନ୍ତୁ, ମନକୁ ଶାନ୍ତି ମିଳିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ପୂର୍ବ ଅଭିଳାଷ ପୂରଣ ହେବ। ପ୍ରିୟତମାଙ୍କୁ ଦାମିକା ଜିନିଷ ଉପହାର ଦେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ।

ସମ୍ବନ୍ଧିତ ଖବର