ମେଷ: ଅଧିକ ଉତ୍ସୁକତା ହାନିକାରକ ହୋଇପାରେ। କାମରେ ବାଧା ଆସିପାରେ। ପ୍ରଭୁଙ୍କ ଧ୍ୟାନ ଲାଗି କିଛି ସମୟ ବାହାର କରନ୍ତୁ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଉନ୍ନତ ହେବ।
ବୃଷ: ଶିକ୍ଷକଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଯୋଜନା ଦ୍ବାରା ଅନ୍ୟମାନେ ପ୍ରଭାବିତ ହେବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ସୁଷମ ଖାଦ୍ୟ ଭୋଜନ କରନ୍ତୁ।
ମିଥୁନ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ଧ୍ୟାନ ରହିବ। ଅଚାନକ ଖୁସି ଖବର ପାଇବେ। ଆୟ ବ୍ୟୟର ଭାରସାମ୍ୟ ରଖିବେ। ମାତାପିତାଙ୍କ ଆଶୀର୍ବାଦ ନେଇ କାମ ଆରମ୍ଭ କରନ୍ତୁ।
କର୍କଟ: ବିଶେଷ କାମରେ ସହଯୋଗୀଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଅଯଥା କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। କାମରେ ନୂଆ କୌଶଳ ଗ୍ରହଣ କଲେ ଲାଭ ପାଇବେ।
ସିଂହ: ଦିନଟି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଙ୍କୁ ଖୁସି କରିବା ଲାଗି ଉପହାର ଦେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି କାମରେ ଦୂର ସ୍ଥାନକୁ ଯିବେ।
କନ୍ୟା: ପାରିବାରିକ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ଆପଣଙ୍କ ପିଲା ବ୍ୟବସାୟରେ ସଂପୂର୍ଣ୍ଣ ସହଯୋଗ କରିବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ।
ତୁଳା: ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଖାଦ୍ୟ ପାନୀୟର ଅନିୟମିତତା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବ। ସଡ଼କରେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା: ଆପଣଙ୍କ ସ୍ବଭାବ ସକାରାତ୍ମକ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ। ସୁସମ୍ବାଦ ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ଧନୁ: ଲୋକେ ଆପଣଙ୍କ ବିଚାରରେ ସହମତ ହେବେ। ଜୀବନସାଥୀଙ୍କ ସହ ତାଳମେଳ ବଜାୟ ରହିବ। ଆପଣ ବିଭିନ୍ନ ପ୍ରକାର ନୂଆ ଅନୁଭବ ହାସଲ କରିବେ।
ମକର: ଦିନଟି ଆପଣଙ୍କ ଜୀବନରେ ଖୁସି ନେଇ ଆସିବ। ସାମାଜିକ କାର୍ଯ୍ୟ କରିବାର ଅବସର ପାଇବେ। ଭୂସଂପତ୍ତି କିଣିବାର ଯୋଗ ରହିଛି।
କୁମ୍ଭ: ଘରୋଇ ଉଦ୍ୟୋଗରେ ନିଯୁକ୍ତି ସୁଯୋଗ ମିଳିପାରେ। ଘରକୁ ବନ୍ଧୁ ଆସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପିଲାମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ।
ମୀନ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଶୁଭ ଖବର ପାଇବା ଯୋଗୁଁ ମନ ଖୁସି ହେବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।