ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ।

 

ବୃଷ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଆପଣ ଧୈର୍ଯ୍ୟଧରି କାମ କରିବା ଦରକାର। ପ୍ରେମ ସଂପର୍କରେ ମଧୁରତା ଆସିବ।

ମିଥୁନ: ବ୍ୟବସାୟରେ ଚୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଅଫିସରେ ମନପ୍ରାଣ ଢାଳି କାମ କରିବେ। ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ନିଜର ଦାୟିତ୍ବ ଭଲଭାବେ ତୁଲାଇବେ।

କର୍କଟ: ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ଫଳଫ୍ରଦ ସାବ୍ୟସ୍ତ ହେବ। କାରବାରରେ କିଣାବିକା ସାବଧାନତାର ସହ କରନ୍ତୁ। ଅନ୍ତରଙ୍ଗ ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

ସିଂହ: ବ୍ୟବସାୟରେ ଲାଗିଥିବା ପାଣ୍ଠିରୁ ଲାଭ ହୋଇପାରେ। ମନର କଥା ଅନ୍ୟମାନଙ୍କୁ କହି ଆଶ୍ବସ୍ତ ଅନୁଭବ କରିବେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।

କନ୍ୟା: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ। ଚାକିରିରେ ପଦୋନ୍ନତି ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।

 

ତୁଳା: ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। ରାଜ୍ୟ ବାହାରେ ଚାକିରିର ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ଖୁସିର ବାତାବରଣ ରହିବ।

ବିଛା: ଏଭଳି ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହେବ ଯିଏ ଭବିଷ୍ୟତରେ ସାହାଯ୍ୟ କରିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି।

 

ଧନୁ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

 

ମକର: ଚାକିରି ପାଇଁ ଉଦ୍ୟମ କରିଆସୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଜୀବନସାଥୀଠୁଁ ଉପହାର ପାଇପାରନ୍ତି। ବ୍ୟବସାୟୀଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।

 

କୁମ୍ଭ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ସଉଦାରେ ଆଶାଠୁଁ ଅଧିକ ଲାଭ ହେବ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଲେଖକଙ୍କ ବିଚାର ପ୍ରଶଂସିତ ହେବ।

ମୀନ: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। କାରବାର ବୃଦ୍ଧି ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ।

ସମ୍ବନ୍ଧିତ ଖବର