ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବହୁ ଦିନର ଅପେକ୍ଷା ପରେ ଭଲ ସୁଯୋଗ ମିଳିପାରେ। ଚାକିରିଆଙ୍କର ଉନ୍ନତି ହେବ। ବ୍ୟବସାୟ କାମରେ ବିଦେଶ ଯାଇପାରନ୍ତି। ସମ୍ବନ୍ଧରେ ମଧୁରତା ବଢ଼ିବ।

ବୃଷ: ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ଅଭିନେତ୍ରୀଙ୍କୁ ଭଲ ସୁଯୋଗ ମିଳିବ। ‌

ମିଥୁନ: ସକାରାତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ। ସନ୍ତାନର କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ।

କର୍କଟ: ବିଶେଷ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ମହିଳାଙ୍କୁ କୌଣସି ବଡ଼ ସଫଳତା ମିଳିପାରେ।

ସିଂହ: ଏକାଧିକ ଉତ୍ସରୁ ଆପଣଙ୍କୁ ଲାଭ ହେବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଘରୋଇ ଚାକିରିଆଙ୍କୁ ନୂଆ କାମ ମିଳିବ। ଘରେ ସୁଖ ସମୃଦ୍ଧି ବଢ଼ିବ।

କନ୍ୟା: ନିଜର ବ୍ୟକ୍ତିତ୍ବ ବିକାଶ କରିବାକୁ ଚେଷ୍ଟା କରିବେ। ଅଫିସରେ ନିଜର ମତ ରଖିବାରେ ସଫଳ ହେବେ। ପ୍ରେମୀଯୁଗଳ ଏକାଠି ସମୟ ଅତିବାହିତ କରିବେ।

ତୁଳା: ଆପଣ ବିଶେଷ କାମ ପ୍ରଥମେ ସମାପ୍ତ କରିବେ। ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ। ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ।

ବିଛା: ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅବିବାହିତଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।

ଧନୁ: କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ପାଇବେ। ଅନ୍ୟମାନଙ୍କ ସହ ଭଲ ତାଳମେଳ ରହିବ। ଆମଦାନିର ନୂଆ ଉତ୍ସ ମିଳିପାରେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: କିଛି ନୂଆ କରିବାର ଇଚ୍ଛା ଆପଣଙ୍କ ମନରେ ଉଙ୍କି ମାରିବ। କୌଣସି ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କ ସହିତ ପ୍ରେମପୂର୍ଣ୍ଣ ସନ୍ଧ୍ୟା କାଟିବେ। ସୁସ୍ବାଦୁ ଖାଦ୍ୟ ଖାଇବେ।

କୁମ୍ଭ: ଆପଣ ନିଜର ଦୋଷ ତ୍ରୁଟିକୁ ଅନୁଭବ କରିବେ। ବ୍ୟବସାୟକୁ ନୂଆ ଗତି ଦେବା ପାଇଁ ଚେଷ୍ଟା କରିବେ। ସନ୍ତାନ ଠାରୁ ଭଲ ଖବର ପାଇବେ।

ମୀନ: କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ବେପାର ନେଇ ନୂଆ ବିଚାର ମନକୁ ଆସିବ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯାଇପାରନ୍ତି।

ସମ୍ବନ୍ଧିତ ଖବର