/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଅଫିସରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରିୟବନ୍ଧୁ ସହ ଦେଖା ହେବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବେପାରରେ ଲାଭ ପାଇବେ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ଜୀବନ ମଧୁର ହେବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ସବୁ କାମ ମନମୁତାବକ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେବେ। କ୍ୟାରିୟରକୁ ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ପାରିବାରିକ କାମରେ ସମ୍ପର୍କୀୟଙ୍କ ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କୁ ଭେଟିବା ପାଇଁ ଘରକୁ ଆସିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜମି କିଣିବା ଲାଗି ଯୋଜନା କରିବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଚାକିରିଆଙ୍କର ମନ ପସନ୍ଦ ବଦଳି ଜାଗାକୁ ହେବ। ଅଫିସରେ ସହକର୍ମୀ ଆପଣଙ୍କ କାମରେ ସହଯୋଗ କରିବେ। ବେପାରରେ ଧନଲାଭର ଅବସର ପାଇବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ନିଜ ବେପାର ବଢ଼ାଇବା ପାଇଁ କୌଣସି ବଡ଼ କଂପାନି ସହ ଆଲୋଚନା କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ଇଂଜିନିୟରଙ୍କ ଲାଗି ଦିନଟି ଭଲ ରହିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ନୂଆ କାମରେ ରୁଚି ବଢ଼ିବ। ଚାକିରିଆଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ବେପାରରେ ଲାଭ ହେବ। ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସରେ କାମକୁ ନେଇ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପାରିବାରିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଅଧିକ କ୍ରୋଧ କଲେ କାମରେ କ୍ଷତି ହୋଇପାରେ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ନୂଆ ପ୍ରକଳ୍ପରେ କାମ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନେଲେ ଲାଭ ହେବ।
ମୀନ: ଶିକ୍ଷାର୍ଥୀ ଅନ୍ଲାଇନ୍ କ୍ଲାସରେ କିଛି ନୂଆ ଶିଖିବାକୁ ପାଇବେ। ଜୀବନସାଥୀଙ୍କୁ ଭଲ ଉପହାର ଦେବେ। ଗୃହିଣୀ ଘର କାମ ଶେଷ କରି ପରିବାର ଲୋକଙ୍କ ପ୍ରତି ଧ୍ୟାନ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gata-kali-rasi-4-1.jpg)