ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନପ୍ରାଣ ଢାଳି କାମ ସଂପୂର୍ଣ୍ଣ କରିନେବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ‌ଛାତ୍ରଙ୍କୁ ନୂଆ ଶିକ୍ଷା ମିଳିବ।

ବୃଷ: ନୂଆ କାମ ଆରମ୍ଭରେ ଯଥେଷ୍ଟ ଲାଭ ପାଇବେ। ବିବାଦ ଠାରୁ ଦୂରରେ ରୁହନ୍ତୁ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଉନ୍ନତିକୁ କିଛି ଲୋକ ବି‌ରୋଧ କରିପାରନ୍ତି। ନୂଆ ଘର କିଣିବା ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କର୍କଟ: ଆପଣଙ୍କୁ ଅନ୍‌ଲାଇନ୍‌ରେ ଆୟର ସୁଯୋଗ ମିଳିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ବସି ପୂର୍ବ ମାମଲାକୁ ସମାଧାନ କରିନେବେ। ଛାତ୍ରଙ୍କର କ୍ୟାରିୟରରେ ପରିବର୍ତ୍ତନ ହେବ।‌

ସିଂହ: କିଛି ନୂଆ ଶିଖିବାର ଦିନଟିଏ। ବ୍ୟବସାୟରେ ସାହସର ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ପାଇବେ। ଭାଇ ଭଉଣୀଙ୍କ ସହିତ ଭଲ ବୁଝାମଣା ରହିବ।

କନ୍ୟା: ଅଫିସରେ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିପାରେ। ନାରାଜ ସାଥୀଙ୍କୁ ମନାଇବା ଚେଷ୍ଟାରେ ସଫଳ ହେବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ତୁଳା: କାମରେ ବ୍ୟସ୍ତ ରହିବା ଯୋଗୁଁ ପିଲାପିଲିଙ୍କୁ କମ୍ ସମୟ ଦେଇପାରିବେ। ନବବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବା ଉଚିତ।

ବିଛା: ଦୀର୍ଘ ଦିନ ଧରି କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଚାକିରିଆଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ମଉକା ମିଳିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ଧନୁ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରର ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ।

ମକର: ଆପଣଙ୍କର ଅଧୁରା କାମ ଦେଖି ବରିଷ୍ଠ ଅଧିକାରୀ ବିରକ୍ତି ପ୍ରକାଶ କରିବେ। ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଅନୁକୂଳ ରହିବ।

କୁମ୍ଭ: ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନ ସୁଖକର ହେବ। କାରବାରରେ ନୂଆ ଯୋଜନା ତିଆରି କରିବା ପୂର୍ବରୁ ଦୁଇ ତିନିଜଣଙ୍କର ମତ ନିଅନ୍ତୁ।

ମୀନ: ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀମାନେ ସଫଳତା ହାସଲ କରିବେ।

ସମ୍ବନ୍ଧିତ ଖବର