ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ ବଢ଼ିବ। ‌ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବୃଷ: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବ୍ୟବସାୟରେ ଉନ୍ନତି ହେବ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌

ମିଥୁନ: ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ବଢ଼ିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତର ଯୋଗ ଅଛି। ବ୍ୟବସାୟରେ ପ୍ରତିଦ୍ବନ୍ଦ୍ବୀଙ୍କ ଭୁଲ୍ ପାଇଁ ଆପଣଙ୍କୁ ଲାଭ ହେବ। ପ୍ରେମ ଜୀବନ ମଧୁର ହେବ।

କର୍କଟ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କରନ୍ତୁ, ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ସିଂହ: ନୂଆ ଜମି କିଣିବାକୁ ଚାହୁଁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ। ଆପଣ କିଛି ନୂଆ ଶିକ୍ଷାଲାଭ କରିବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ସଂପର୍କ ନିବିଡ଼ ହେବ।

କନ୍ୟା: ଆପଣଙ୍କ ସ୍ବଭାବକୁ କୋମଳ ରଖନ୍ତୁ। ମନର କଥା ପାଖ ଲୋକଙ୍କୁ କୁହନ୍ତୁ। ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀ ସହ ମତଭେଦ ଦୂର ହେବ।

ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସବୁ କାମ ମନ ମୁତାବକ ପୂରା ହେବ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ କୌଣସି ଜିନିଷ ଉପହାର ଦେଇପାରନ୍ତି।

ବିଛା: ପରିବାରର କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ଧନୁ: ରାଜନୀତିରେ ଆର୍ଥିକ ଲାଭ ହେବ। ଓକିଲ ପୁରୁଣା ମକଦ୍ଦମା ଜିଣିବେ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ।

ମକର: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି ଆହ୍ବାନକୁ ସହଜରେ ମୁକାବିଲା କରିବେ। ପୂର୍ବରୁ କରିଥିବା କୌଣସି ଭୁଲ୍ ପାଇଁ ପଶ୍ଚାତ୍ତାପ କରିପାରନ୍ତି।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କାର୍ଯ୍ୟ ସମ୍ପାଦନାରେ ସଫଳ ହେବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଇଂଜିନିୟର ଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ: ଘର କାମ ପାଇଁ ଅଫିସ ଯିବାରେ ବିଳମ୍ବ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମୟ କାଟିବା ଲାଗି ବାହାରକୁ ବୁଲି ଯାଇପାରନ୍ତି।

ସମ୍ବନ୍ଧିତ ଖବର