ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। ନୂଆ କାର୍ଯ୍ୟ କୌଶଳ ନେଇ ବିଚାର କରିବେ। ଆଇନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।‌

ବୃଷ: ଅଫିସ କାମ ସଂପୂର୍ଣ୍ଣ କରିବାରେ ଅଧିକ ସମୟ ଲାଗିବ। ବ୍ୟବସାୟରେ ପ୍ରଗତି ହେବ। ପରିବାରରେ ସୁଖ ଶାନ୍ତି ବଢ଼ିବ। ମନରେ ନୂଆ ନୂଆ ବିଚାରର ସମାବେଶ ହେବ।

ମିଥୁନ: ଧର୍ମ କାର୍ଯ୍ୟରେ ଅଧିକ ସମୟ ବିତିବ। ଅର୍ଥ ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

କର୍କଟ: ନିଜ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। କଳାକାରଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ଚାକିରିରେ ଅତ୍ୟଧିକ ସଫଳତା ପାଇପାରନ୍ତି। ଉପାର୍ଜନ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।‌

କନ୍ୟା: ଦାମ୍ପତ୍ୟ ସମ୍ବନ୍ଧକୁ ଆହୁରି ଭଲ କରିବା ଲାଗି ଚେଷ୍ଟା କରନ୍ତୁ। ଅଫିସରେ ଜରୁରୀ କାମ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

ତୁଳା: ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ ଲାଭ ହେବ। ନିଜ ପରିଶ୍ରମର ଭଲ ପରିଣାମ ପାଇବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ମିଳିବ।

ବିଛା: ଆପଣଙ୍କ ଆତ୍ମବିଶ୍ବାସ ପ୍ରଗାଢ଼ ହେବ। ଉନ୍ନତି ପାଇଁ ସୁଯୋଗ ପାଇବେ। ପାରିବାରିକ ସ୍ତରରେ ଖୁସି ବଢ଼ିବ। ସନ୍ତାନର ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।

ଧନୁ: ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ମାର୍ଗ ବାହାର କରିନେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତଛାତ୍ରୀଙ୍କୁ କୌଣସି ଶୁଭ ଖବର ମିଳିବ।

ମକର: ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚାକିରିରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ବନ୍ଧୁ ସହଯୋଗରେ ଅଧୁରା କାମ ପୂରା ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମୀନ: ଯେଉଁ କାମ ଆରମ୍ଭ କରିବେ ତାହା ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ ସହିତ ବସି ତାଙ୍କ ସମସ୍ୟାର ସମାଧାନ କରିବେ।

ସମ୍ବନ୍ଧିତ ଖବର