ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାହାରି ସହିତ ଉଚ୍ଚ ସ୍ବରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଉନ୍ନତି ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବାକୁ ହେବ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

ବୃଷ: ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। କାରବାରରେ ଆଶାତୀତ ଲାଭ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

ମିଥୁନ: ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ସଂଘର୍ଷ କରନ୍ତୁ, ନିଶ୍ଚୟ ସଫଳ ହେବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇପାରେ।

କର୍କଟ: ଲୋକମାନଙ୍କ ସହିତ ଅଧିକ ସମୟ କାଟିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ଓ ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

ସିଂହ: ବନ୍ଧୁ ଓ କୁଟୁମ୍ବଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ଭଲ ହେବ। କୋର୍ଟ କ‌ଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ନୂଆ ବେପାର ଆରମ୍ଭ କରିବା କଥା ଭାବିପାରନ୍ତି।

କନ୍ୟା: ଆର୍ଥିକ ସଫଳତା ପାଇବେ। ସୁସ୍ଥ ଅନୁଭବ କରିବେ। ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।

ତୁଳା: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ପାଇବେ। କ୍ଷୁଦ୍ର ଉଦ୍ୟୋଗଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ବିଛା: ବାପାମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଚାକିରି ଲାଗି ନୂଆ ସମ୍ଭାବନାର ତଲାସ ପୂରା ହେବ। ଆର୍ଥିକ ପକ୍ଷ ସୁଦୃଢ଼ ହେବ।

ଧନୁ: ପୂର୍ବ ବିବାଦର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବ୍ୟବସାୟରେ ଭାବିଚିନ୍ତି ଚୁକ୍ତି କରନ୍ତୁ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।

ମକର: ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାକୁ ପଡ଼ିବ। ଅଫିସ କାମ ପୂରା କରିବା ପାଇଁ ଉପରିସ୍ଥ କର୍ମଚାରୀଙ୍କୁ ସାହାଯ୍ୟ କରିବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।

କୁମ୍ଭ: ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି।

ମୀନ: ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ମିଳିବ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯିବେ। ଶିକ୍ଷାର୍ଥୀଙ୍କୁ ସାର୍ଥକ ରାସ୍ତା ମିଳିବ।

ସମ୍ବନ୍ଧିତ ଖବର