ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟରେ ସଫଳ ହେବେ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥା ହେବେ।‌

ବୃଷ: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହେବ। ନବବିବାହିତ ବିଦେଶ ଭ୍ରମଣ ଯୋଜନା କରିବେ।

ମିଥୁନ: କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଅଫିସରେ ସଭିଙ୍କ ସହ ଉତ୍ତମ ତାଳମେଳ ରହିବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

କର୍କଟ: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପଯୋଗୀ ଜିନିଷ ଉପହାର ଦେବେ। ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ।

ସିଂହ: କୌଣସି କାମରେ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ‌ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।

କନ୍ୟା: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନକରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ତୁଳା: ଶୀଘ୍ର ନୂଆ ଦାୟିତ୍ବ ମିଳିବ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ବେପାରରେ ଉନ୍ନତି ହେବ। ଜୀବନସାଥୀଙ୍କ ସହ ମଜାରେ ସମୟ କଟିବ।

ବିଛା: ଆପଣଙ୍କର ଦିନଚର୍ଯ୍ୟା ଭଲ ରହିବ। କ୍ୟାରିୟରରେ ଭଲ ସୁଯୋଗ ପାଇବେ। ଆର୍ଥିକ ପ୍ରସଙ୍ଗରେ ମନ ଚାହୁଁଥିବା ସଫଳତା ପାଇବେ। ପ୍ରେମ ସଂପର୍କ ଅଧିକ ନିବିଡ଼ ହେବ।

ଧନୁ: ପରିବାର ସହ ଅଧିକ ସମୟ କାଟିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବ୍ୟବସାୟୀଙ୍କୁ ମନ ଚାହୁଁଥିବା ଫଳ ମିଳିବ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ।

ମକର: ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ବ୍ୟବସାୟୀଙ୍କୁ ମହିଳା ବନ୍ଧୁ ଠାରୁ ବଡ଼ ଅର୍ଡର ମିଳିପାରେ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ: ନିଜ କ୍ଷମତା ବଳରେ ବହୁତ କିଛି ହାସଲ କରିବେ। ନିଜ କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସନ୍ତୋଷଜନକ ଫଳ ପାଇବେ।

ମୀନ: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବଢ଼ିବ। ବୈବାହିକ ଜୀବନରେ ସନ୍ତୁଷ୍ଟି ବୃଦ୍ଧି ହେବ। ଆପଣଙ୍କର ଚତୁରତା ବ୍ୟବସାୟକୁ ଗତିଶୀଳ କରିବ।

ସମ୍ବନ୍ଧିତ ଖବର