ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବନାତ୍ମକ କଥାରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଛୋଟ ଛୋଟ ଅଶାନ୍ତିର ନିବାରଣ ହେବ। କାର୍ଯ୍ୟବ୍ୟସ୍ତତା ହେତୁ କ୍ଳେଶ ଅନୁଭବ କରିବେ। ବେପାରରେ ଲାଭ ହେବ।

ବୃଷ: ବନ୍ଧୁଙ୍କୁ ମନର କଥା କହି ଶାନ୍ତି ପାଇବେ। ନୂଆ କଥା କିଛି ଜାଣି ପାରିବେ। ବ୍ୟବସାୟରେ ବିଶେଷ ଚୁକ୍ତି ହେବ। ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।

ମଥୁନ: ଅନୁଭବୀ ବ୍ୟକ୍ତିଙ୍କ ଠାରୁ ମିଳିଥିବା ପରାମର୍ଶ ଲାଭଦାୟକ ସାବ୍ୟସ୍ତ ହେବ। ନିଜ ସାମର୍ଥ୍ୟ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

କର୍କଟ: ପାରିବାରିକ ସମସ୍ୟା ସମାଧାନ ହେବ। ସକାରାତ୍ମକ ପରାମର୍ଶ ଲାଭ ଦେବ। ଅଧୁରା କାମର ଗତି ଆସିବ। ପରିଶ୍ରମର ଉଚିତ ଫଳ ମିଳିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ।

ସିଂହ: କଥାରେ ହି କାହାରିକୁ ପ୍ରଭାବିତ କରିବେ। କାମରେ ଅନ୍ୟମାନଙ୍କୁ କିଛି ଭଲ ଶିଖାଇବେ। ଶିକ୍ଷଣ ସଂସ୍ଥାରେ ଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ନିଜ କାମରେ ପୂରା ଧ୍ୟାନ କେନ୍ଦ୍ରୀତ କରି ରଖନ୍ତୁ। ପିତାମାତାଙ୍କୁ ମନର କଥା କହିବେ। ଛାତ୍ର ଅଧିକ ପରିଶ୍ରମ କରିବା ଦରକାର। ପ୍ରେମୀଯୁଗଳ ପରସ୍ପର ପ୍ରତି ଆସ୍ଥା ରଖନ୍ତୁ।

ତୁଳା: କିଛି ଲୋକ ସଂଶୟରେ ପକାଇବାକୁ ଚେଷ୍ଟା କରିବେ। ଅଫିସରେ କାମରେ ଧ୍ୟାନ ଦିଅନ୍ତୁ। ସାମଗ୍ରୀ ଯୋଗାଣକାରୀଙ୍କୁ ଫାଇଦା ମିଳିବ। ଜୀବନସାଥୀର ପରାମର୍ଶ ଲାଭଦାୟକ ହେବ।

ବିଛା: ସୁଚାରୁ ରୂପେ କରିଥିବା କାମ ପାଇଁ ସମ୍ମାନ ମିଳିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀ ଘର କାମରେ ସହଯୋଗ କରିବେ।

ଧନୁ: କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁର ପରାମର୍ଶ ନେଇ ପାରନ୍ତି। କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବ।

ମକର: ସରକାରୀ ଚାକିରିଆ ନିଜ କାମରେ ଅଧିକ ଧ୍ୟାନ ଦିଅନ୍ତୁ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ପ୍ରେମସମ୍ପର୍କରେ ମଧୁରତା ବଜାୟ ରହିବ। ଛାତ୍ରଙ୍କର ସନ୍ଦେହ ଦୂର ହେବ।

କୁମ୍ଭ: କାମ କରିବା ଢଙ୍ଗରେ ଲୋକେ ପ୍ରଭାବିତ ହେବେ। କୋର୍ଟ ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। ନିଜର ଦାୟତ୍ବ ସୁଚାରୁ ରୂପେ ତୁଲାଇବାରେ ସକ୍ଷମ ହେବେ।

ମୀନ: ସନ୍ଧ୍ୟାରେ ବାପାମାଆଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ ବିଚାର ବିମର୍ଶ କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। କାମ ଆରମ୍ଭ କରିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖି ନିଅନ୍ତୁ।

ସମ୍ବନ୍ଧିତ ଖବର