ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ହଜିଥିବା ବସ୍ତୁର ସନ୍ଧାନ ପାଇବେ। ବ୍ୟବସାୟରେ ନୂଆ ଦଳ ସହ ଯୋଡ଼ିହୋଇ ପାରନ୍ତି। ଖେଳାଳିମାନଙ୍କ ଲାଗି ଦିନଟି ଭଲ। ଜୀବନସାଥୀଠୁ ଉପହାର ପାଇବେ।

ବୃଷ: କାର୍ଯ୍ୟରେ ସଫଳତା ହାସଲ ହେବ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ। ଜମି କିଣିବା ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଆୟ ବୃଦ୍ଧିର ଅବସର ପାଇବେ। ସାମାଜିକ କାର୍ଯ୍ୟରେ ସହଯୋଗ କଲେ ଲାଭ ମିଳିବ। ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଚାହିଁବେ।

କର୍କଟ: କମ୍ ପରିଶ୍ରମରରେ ଅଧିକ ଲାଭ ପାଇବେ। ଘରୋଇ ମାମଲାରେ ଅନ୍ୟମାନଙ୍କ ମତ ନେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମୀ ଯୁଗଳ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବେ।

ସିଂହ: କୌଣସି ବଡ଼ ମାମଲ‌ାର ବୁଝାମଣା ଓ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଧନ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିବ। ଚାକିରି ବିଷୟରେ ଅଧିକ ବ୍ୟାବହାରିକ ରହିବେ।

କନ୍ୟା: କାମରେ ଅଧିକ ବ୍ୟସ୍ତ ରହିବେ। ଧ୍ୟାନକେନ୍ଦ୍ରିତ କରି ନିଜର କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ। ପରିବାରରେ ସବୁ କିଛି ଭଲ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ତୁଳା: ମନୋବଳ ସ୍ତର ଭଲ ରହିବ। କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ।

ବିଛା: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବଡ଼ ଉଦ୍ୟୋଗରେ ଚାକିରିର ଇମେଲ୍ ଆସିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।

ଧନୁ: ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଜୀବନକୁ ଆପଣ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ସୁଖ ସମୃଦ୍ଧି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

ମକର: ନୂଆ କୌଶଳ ଗ୍ରହଣ କଲେ ବେପାରରେ ବୃଦ୍ଧି ହେବ। ସନ୍ଧ୍ୟାରେ ବନ୍ଧୁ ସହ ଫୋନରେ କଥା ହେବେ। ଜୀବନସାଥୀ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ପରିବାର ଠାରୁ ଶୁଭ ଖବର ପାଇବେ। ପିଲାମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ବେପାରର ଗତି ବଢ଼ିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ପ୍ରେମ ଜୀବନ ଭଲ ରହିବ।

ମୀନ: ଧନଲାଭର ଅବସର ପାଇବେ। ଦୀର୍ଘ ଦିନର ଅଧୁରା ଥିବା କାମରେ ସଫଳତା ପାଇବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଦେଇପାରନ୍ତି।

ସମ୍ବନ୍ଧିତ ଖବର