ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯେଉଁ କାମ ମନପ୍ରାଣ ଢାଳି କରିବେ ତହିଁରେ ନିଶ୍ଚିତ ସଫଳତା ପାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ।

ବୃଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। କର୍ମକ୍ଷେତ୍ରରେ ପ୍ରଶ˚ସା ପାଇବେ। ବନ୍ଧୁ ସହିତ ସମ୍ବନ୍ଧ ଉତ୍ତମ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ମିଥୁନ: ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଯାହା ବି କାମ କରିବେ, ବଡ଼ଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

କର୍କଟ: ଗୁରୁତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ, ସହଜ ବାର୍ତ୍ତା ହେବ। ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ବ୍ୟବସାୟରେ ଉନ୍ନତି ହେବ।

ସି˚ହ: ଆପଣଙ୍କ ଶକ୍ତି ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ଖବର ପାଇବେ। ଆପଣଙ୍କ କ୍ୟାରିୟର ପ୍ରସଙ୍ଗରେ ସବୁକିଛି ଭଲ ହେବ।

କନ୍ୟା: ପରିବାର କାମରେ ଅଧିକ ସମୟ ବ୍ୟୟ କରିବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ପାଇବ।

ତୁଳା: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। କାହାରିକୁ ଧାର ଦେଇଥିବା ଟଙ୍କାପଇସା ଫେରସ୍ତ ପାଇବେ।

ବିଛା: ଭାଗ୍ୟର ସହଯୋଗ ମିଳିବ। ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ଚାଲନ୍ତୁ, ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ଧନୁ: ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟତମ ଖୁସି ରହିବେ। ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ।

ମକର: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ପାଇବେ। ମହିଳାଙ୍କ ଲାଗି ଦିନଟି ଭଲ। କଳା ଛାତ୍ର ଅଧୢୟନ ଶୈଳୀ ପରିବର୍ତ୍ତନ କରିବେ।

କୁମ୍ଭ: ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅଚାନକ ଅର୍ଥ ହାସଲ ହେବ। ପତି ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ପାଇବ।

ମୀନ: ବନ୍ଧୁଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ସମ୍ବନ୍ଧିତ ଖବର