publive-imageମେଷ: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ବୁଲି ଯିବାର ଯୋଜନା କରିପାରନ୍ତି। ‌

Advertisment

publive-imageବୃଷ: ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ଆପଣଙ୍କ ମସ୍ତିଷ୍କକୁ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଶୁଭ ଖବର ମିଳିବ।

publive-imageମିଥୁନ: ବୟୋଜ୍ୟେଷ୍ଠଙ୍କ ସେବା କରନ୍ତୁ, ଆର୍ଥିକ ସ୍ଥିତି ସୁଧୁରିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ‌

publive-imageକର୍କଟ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ବନ୍ଧୁ ଅଚାନକ ଘରକୁ ଆସିବେ।

publive-imageସିଂହ: ଆପଣଙ୍କର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୀତି କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

publive-imageକନ୍ୟା: ଧର୍ମ କାର୍ଯ୍ୟରେ ଆପଣଙ୍କର ବିଶ୍ବାସ ବଢ଼ିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ।

publive-imageତୁଳା: ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ଶୁଭ ଖବର ପାଇବେ। ବ୍ୟାବସାୟିକ ଚୁକ୍ତି ପାଇଁ ରାଜ୍ୟ ବାହାରକୁ ଯିବେ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

publive-imageବିଛା: ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆ ଉତ୍ସରୁ ଧନଲାଭ ହେବ। ଚାକିରିଆଙ୍କର ମନପସନ୍ଦ ଅଞ୍ଚଳକୁ ବଦଳି ହୋଇପାରେ। ଯାନ କିଣିବା ଲାଗି ଦିନଟି ଶୁଭ।

publive-imageଧନୁ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

publive-imageମକର: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଅନ୍ୟମାନଙ୍କ ସହ କଥା ହେବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ।

publive-image

କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିବେ। ଭଲ ଉଦ୍ୟୋଗରୁ ସାକ୍ଷାତକାର ପାଇଁ ଖବର ଆସିବ। ପ୍ରେମ ଜୀବନ ଭଲ ରହିବ।

publive-imageମୀନ: ଅଫିସରେ ଅଧିକ ସମୟ କାମ କରନ୍ତୁ, ବଳକା କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶିକ୍ଷାର୍ଥୀ କୌଣସି ବରିଷ୍ଠଙ୍କର ପରାମର୍ଶ ନିଅନ୍ତୁ।