/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଦିନଟି ଉତ୍ସାହରେ ପୂର୍ଣ୍ଣ ରହିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ନିଷ୍ପତ୍ତି ନେବେ। ଘର ପାଇଁ ଜିନିଷ କିଣିବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ବ୍ୟବସାୟୀଙ୍କୁ କୌଣସି ବଡ଼ କଂପାନିରୁ ଅର୍ଡର ମିଳିବ। ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ପଡ଼ୋଶୀ ଆପଣଙ୍କୁ କାମରେ ସାହାଯ୍ୟ କରିବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଚାକିରି ବୃତ୍ତିରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଛାତ୍ରଙ୍କୁ କୌଣସି କାମରେ ଭଲ ପରିଣାମ ମିଳିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ବ୍ୟର୍ଥ କଥାଠୁଁ ଦୂରରେ ରହନ୍ତୁ। ନୂଆ ପ୍ରକଳ୍ପରେ କାମ କରିବା ଲାଗି ଭଲ ଦିନଟିଏ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ମାତାପିତାଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ରାଜନେତାମାନେ ସକ୍ରିୟ ଭୂମିକା ନିର୍ବାହ କରିବେ। ପିଲାମାନଙ୍କ ଲାଗି ଅଧିକ ଖର୍ଚ୍ଚ ହେବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ସମାଜରେ ମାନ ସମ୍ମାନ ବଢ଼ିବ। ବିବାହିତଙ୍କ ଜୀବନରେ ସବୁ କିଛି ଭଲ ରହିବ। ଆପଣଙ୍କ କାମ କମ୍ ସମୟରେ ସଂପୂର୍ଣ୍ଣ ହୋଇଯିବ। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣ ନିଜର କାମ ନିଜେ କରନ୍ତୁ, ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ। ପିଲାମାନେ ଖେଳକୁଦରେ ଅଧିକ ସମୟ ଦେବେ। ପ୍ରେମ ଜୀବନ ଭଲ ରହିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ପୂର୍ବରୁ କରିଆସୁଥିବା ଯୋଜନା ସଂପୂର୍ଣ୍ଣ ହେବ। ପରିବାରରେ ସମସ୍ତଙ୍କ ସହ ସମ୍ବନ୍ଧ ଭଲ ରହିବ। ନୂଆ ବେପାର ଆରମ୍ଭ କରିପାରନ୍ତି। ଅଫିସରେ ପରିସ୍ଥିତି ଠିକ୍ ରହିବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଆପଣଙ୍କ ମନ ଲେଖାଲେଖି କାର୍ଯ୍ୟରେ ଲାଗି ରହିବ। ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କାର ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ମନପ୍ରାଣ ଢାଳି କାମ କଲେ ସଫଳତା ପାଇବେ। ସମସ୍ତଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କୌଣସି ବନ୍ଧୁ ସହ ମିଶିବା ଲାଗି ମନରେ ଯୋଜନା କରିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ବ୍ୟବସାୟ ନେଇ ନିକଟ ସଂପର୍କୀୟଙ୍କର ସାହାଯ୍ୟ ପାଇବେ। ଛାତ୍ର କୌଣସି ପ୍ରତିଯୋଗିତାରେ ଭାଗ ନେବେ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।
ମୀନ: ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା କରିବେ। ବ୍ୟବସାୟୀ କିଛି ବଡ଼ ଲୋକଙ୍କ ସହ ମିଶିବେ। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/gata-kali-rasi-4-1.jpg)