ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ଅଦରକାରୀ ଖର୍ଚ୍ଚ କରନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଆସିବ।

ବୃଷ: ବେପାରୀମାନଙ୍କ ଲାଗି ଦିନଟି ଭଲ। ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ବାଲ୍ୟବନ୍ଧୁ ସହିତ ଦେଖା ହୋଇପାରେ। ଚାକିରିଆଙ୍କର ଆୟ ବଢ଼ିବ। ପ୍ରେମ ଜୀବନ ମଧୁର ରହିବ। ‌

ମିଥୁନ: ବିଦେଶ ଯିବାର ଯୋଗ ରହିଛି। ବଡ଼ କଂପାନିରୁ ଚାକିରି ପାଇଁ ଡାକରା ଆସିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଭୂସଂପତ୍ତି କିଣିପାରନ୍ତି।

କର୍କଟ: ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ସହଯୋଗୀଙ୍କ ସହିତ ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ ଯାଇ ପାରନ୍ତି। ଅବସର ସମୟ ଭଲରେ ବିତିବ।

ସିଂହ: ନୂଆ କାମରେ ବାପାମାଆଙ୍କର ସହଯୋଗ ପାଇବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ। ନ୍ୟାୟାଳୟରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।

କନ୍ୟା: ଶୁଭ ଖବର ପାଇବେ। ବ୍ୟବସାୟ ସଂପର୍କିତ ଯାତ୍ରା ଲାଭପ୍ରଦ ହେବ। ଜୀବନସାଥୀଙ୍କ ସହଯୋଗ ପାଇ ଉତ୍ସାହିତ ରହିବେ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବ।

ତୁଳା: ଶାରୀରିକ ରୂପେ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କାମରେ ବାପାମାଆଙ୍କର ପୂରା ସହଯୋଗ ପାଇବେ। ଚାକିରି କ୍ଷେତ୍ରରେ ଅପୂର୍ବ ସଫଳତା ହାସଲ କରିବେ।

ବିଛା: କାରବାରରେ ଯଥେଷ୍ଟ ସଫଳତା ପାଇବେ। ପରିବାର ସହିତ ବାହାରକୁ ବୁଲି ଯିବାର‌ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାଠୁ ଅଧିକ ନମ୍ବର ରଖିବେ।

ଧନୁ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ନୂଆ କାମ କରିବାକୁ ଯାଉଥିଲେ ମୁରବିଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଜମାପୁଞ୍ଜି ବଢ଼ିବ। ନବ ବିବାହିତ ସାଥୀଙ୍କୁ ଉପହାର ଦେବେ।

ମକର: ବଡ଼ ପ୍ରକଳ୍ପରେ ପଇସା ଲଗାଇବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ପରିବାର ସହିତ କୌଣସି ସ୍ଥାନକୁ ବୁଲି ଯାଇପାରନ୍ତି। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।

କୁମ୍ଭ: ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବଢ଼ିବାର ଯୋଗ ଅଛି। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଦୂର ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମୀନ: ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନୂଆ ବନ୍ଧୁ ଆପଣଙ୍କୁ ଜୀବନର ନୂଆ ଦିଶା ଦେଖାଇବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ।

ସମ୍ବନ୍ଧିତ ଖବର