ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ଧାର୍ମିକ ଚିନ୍ତାରେ ମଗ୍ନ ରହିବ। ଚାକିରି ସମ୍ବନ୍ଧୀୟ ସବୁ ଇଚ୍ଛା ପୂରା ହେବ। ଦରମା ବୃଦ୍ଧି ସହ ପଦୋନ୍ନତି ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବୃଷ: କାର୍ଯ୍ୟରେ ବହୁତ ଭଲ ପ୍ରଦର୍ଶନ କରିବେ। ବେପାରୀଙ୍କ ଲାଗି ଦିନଟି ଅନୁକୂଳ। ପ୍ରେମୀଯୁଗଳ ପରସ୍ପରଙ୍କୁ ନିଜ କଥାରେ ପ୍ରଭାବିତ କରିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ: ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ। ବୈବାହିକ ଜୀବନରେ କଟୁତା ଦୂର ହେବ। ପ୍ରେମୀଯୁଗଳ କୌଣସି ପର୍ଯ୍ୟଟନ ସ୍ଥଳୀକୁ ବୁଲି ଯିବେ। ପାନୀୟ ପ୍ରତି ସଜାଗ ରୁହନ୍ତୁ।

କର୍କଟ: ଆପଣ ନିଜ କାମକୁ ପ୍ରାଥମିକତା ଦେବେ। ମନରେ ନୂଆ ଶକ୍ତି ସଞ୍ଚାର ହେବ। ଘରର ପରିବେଶ ସକାରାତ୍ମକ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସିଂହ: ପ୍ରତିଟି କାମକୁ ସୁଚାରୁରୂପେ ସମ୍ପାଦନ କରିବେ। ପରିବାର ସହିତ ଭଲ ତାଳମେଳ ବଜାୟ ରଖିବେ। ପ୍ରେମ କରୁଥିବା ଲୋକେ ବିବାହ କରିବାର ନିଷ୍ପତ୍ତି ନେବେ।

କନ୍ୟା: ପାରିବାରିକ ଜୀବନ ବହୁତ ଭଲ ରହିବ। ବଡ଼ ଲୋକଙ୍କ ପ୍ରତି ବ୍ୟବହାର ମଧୁର ରଖନ୍ତୁ। ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଜୀବନସାଥୀଙ୍କ ମାଧ୍ୟମରେ ବ୍ୟାବସାୟିକ ଲାଭ ପାଇବେ।

ତୁଳା: ନିଜ ଓ ନିଜର କାର୍ଯ୍ୟ ଉପରେ ଭରସା ରଖନ୍ତୁ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।

ବିଛା: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି। କିଛି ଲୋକ ଜାଣିଶୁଣି ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି। ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ଧନୁ: ବ୍ୟବସାୟୀଙ୍କ ଯୋଜନା ସଫଳ ହେବ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ସ୍ବାସ୍ଥ୍ୟକୁ ନେଇ ସଜାଗ ରହନ୍ତୁ। ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ହାନି ପହଞ୍ଚାଇପାରେ।

ମକର: ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଅଫିସରେ ସାବଧାନତାର ସହ କାମ କରନ୍ତୁ। ମାନସିକ ସୁସ୍ଥତା ପାଇଁ ଯୋଗ କରନ୍ତୁ।

କୁମ୍ଭ: ଧନଲାଭର ଯୋଗ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। କୋର୍ଟ ମାମଲା ଆପଣଙ୍କ ସପକ୍ଷରେ ହେବ। ପ୍ରିୟଜନଙ୍କ ସହ ବୁଲି ଯାଇପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

ମୀନ: ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ଭଲ ଖବର ପାଇବେ। ଘରେ କୌଣସି ବଡ଼ ଆୟୋଜନର ଯୋଜନା ପ୍ରସ୍ତୁତ କରିବେ।

ସମ୍ବନ୍ଧିତ ଖବର