ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ଚିନ୍ତା ଦୂର ହେବ। ପରିବାରରେ ସୁଖଦ ପରିବେଶ ରହିବ। ଅଫିସରେ କୌଣସି ନୂଆ ପ୍ରକଳ୍ପ ସାରିବାକୁ ଯାଉଥିବା ବେଳେ ବାଧା ଉପୁଜିପାରେ। ବନ୍ଧୁମାନଙ୍କୁ ନିଜର କଥା କହିବେ।

ବୃଷ: ନୂଆ କାମ ଉପରେ ବିଚାର କରିବା ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ।

ମିଥୁନ: ବ୍ୟର୍ଥ କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। କିଣାବିକା ଲାଗି ଭଲ ଦିନଟିଏ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ସହ ମିଶିବାର ସୁଯୋଗ ପାଇବେ।

କର୍କଟ: ଜୀବନରେ ଆଗକୁ ବଢ଼ିବା ଲାଗି ରାସ୍ତା ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ସ୍ବାସ୍ଥ୍ୟରକ୍ଷା ପାଇଁ କୌଣସି ଯୋଜନା କରିବେ।

ସିଂହ: ମହତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତ ରହନ୍ତୁ। ଆମଦାନିର ନୂଆ ଉତ୍ସ ସମ୍ମୁଖକୁ ଆସିବ। ଅଚାନକ ଧନଲାଭ ହେବ। ଚାକିରିରେ ଉନ୍ନତି ଯୋଗ ଅଛି।

କନ୍ୟା: ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ବନ୍ଧୁ ଆପଣଙ୍କ ସହିତ ମିଶିବା ପାଇଁ ଘରକୁ ଆସିବେ। ଜମି ଦଲାଲଙ୍କୁ ଅଧିକ ଲାଭ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ତୁଳା: ଦିନଟି ବ୍ୟସ୍ତତାରେ ବିତିବ। ମନରେ କୌଣସି କଥାକୁ ନେଇ ସଂଶୟରେ ରହିବେ। ବନ୍ଧୁ ସହିତ ବଚସା ହୋଇପାରେ। କାରବାରରେ ଭାଇର ସହଯୋଗ ପାଇବେ।

ବିଛା: ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ମହତ୍ତ୍ବପୂର୍ଣ୍ଣ କାମ ଶୀଘ୍ର ପୂରା କରିନେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ଧନୁ: ଆପଣଙ୍କ କାମର ନୂଆ ଯୋଜନା ଆକର୍ଷକ ହେବ। କିଣାବିକାରେ ସାବଧାନତା ଜରୁରୀ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ। ଜୀବନସାଥୀ ସହ ତାଳମେଳ ଭଲ ରହିବ।

ମକର: କୌଣସି କଥା ନେଇ ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। କାରବାରରେ ଅପେକ୍ଷାକୃତ ଅଧିକ ଲାଭ ହେବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମିଷ୍ଟତା ଆସିବ।

କୁମ୍ଭ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଦୋକାନୀଙ୍କୁ ଆଶାତୀତ ଲାଭ ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ।

ମୀନ: ସମାଜସେବୀଙ୍କ ଲାଗି ଦିନଟି ଭଲ। ଲୋକେ ଆପଣଙ୍କ ଠାରୁ ପ୍ରେରଣା ନେବେ। ଛୋଟ ଭାଇ ଭଉଣୀଙ୍କୁ ଲେଖାପଢ଼ାରେ ସାହାଯ୍ୟ କରିବେ। ପ୍ରେମ ଜୀବନ ମଧୁର ହେବ।

ସମ୍ବନ୍ଧିତ ଖବର