ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଦିନଟି ବ୍ୟସ୍ତତାରେ ବିତିବ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ରଖିବା ଦରକାର। ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ।

 

ବୃଷ: ନିର୍ଦ୍ଧାରିତ ସମୟରେ ଆପଣଙ୍କର ସବୁ କାମ ପୂରା ହୋଇଯିବ। ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ। ନୂଆ କୌଶଳରେ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ।

ମିଥୁନ: ଆପଣ ପ୍ରସ୍ତୁତି କରିଥିବା ଯୋଜନା ସଫଳ ହେବ। କାହାରିକୁ ନିଜର ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଅଧିକ ପରିଶ୍ରମ କରିବେ।

କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ସ୍ବାସ୍ଥ୍ୟ ଭଲ ରହିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: କୌଣସି କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀ ସବୁ ପ୍ରକାରରେ ଆପଣଙ୍କୁ ସାହାଯ୍ୟ କରିବେ। ବେପାରରେ ଲାଭ ହେବ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ଆହୁରି ମଜଭୁତ ହେବ।

କନ୍ୟା: ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

 

ତୁଳା: ପରିବାରରେ ସବୁ ଲୋକଙ୍କୁ ଆନନ୍ଦ ମିଳିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ।

ବିଛା: ବନ୍ଧୁ ଠାରୁ ସାହାଯ୍ୟ ପାଇବେ। ଆପଣଙ୍କର ବିରୋଧୀ ଦୂରତ୍ବ ବଜାୟ ରଖିବେ। ପିଲାମାନଙ୍କର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

 

ଧନୁ: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଯାନବାହାନ କିଣିବା ଲାଗି ଯୋଜନା କରିପାରନ୍ତି। ଚାକିରି ବଦଳାଇବା ପାଇଁ ବିଚାର କରିବେ।

 

ମକର: ଅଫିସ କାମରେ ବାହାରକୁ ଯିବେ। କୌଣସି ବନ୍ଧୁ ସହ ଭେଟ ହୋଇପାରେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

 

କୁମ୍ଭ: ଅଧୁରା କାମ ପୂରା ହେବ। ଅଫିସରେ ପ୍ରତିଯୋଗିତାମୂଳକ ସ୍ଥିତି ଉତ୍ପନ୍ନ ହୋଇପାରେ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ମୀନ: କୌଣସି ବ୍ୟକ୍ତି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। ପେସାଦାର ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପାଖଲୋକ ଠାରୁ ସୁସମ୍ବାଦ ପାଇବେ।

ସମ୍ବନ୍ଧିତ ଖବର