ମେଷ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ପ୍ରଗତି ହେବ। ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କ ଗହଣରେ ଅଧିକ ଉଜ୍ଜ୍ବଳ ହେବ। କାର୍ଯ୍ୟକ୍ଷେତ୍ରରେ କିଛି ଲୋକଙ୍କ ପ୍ରତି ସତର୍କ ରହନ୍ତୁ।
ବୃଷ: ବ୍ୟବସାୟରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଖୁସି ରହିବେ। ଆପଣଙ୍କର ପଦୋନ୍ନତିର ସୁଯୋଗ ବଢ଼ିବ।
ମିଥୁନ: ପରିବାରରେ ଉତ୍ସାହ ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ସହକର୍ମୀଙ୍କ ସହ ବନ୍ଧୁତା ସ୍ଥାପନ ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ।
କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ନୂଆ କଥା ଜାଣିବାକୁ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ସିଂହ: ଆପଣଙ୍କ ଭିତରେ ସକାରାତ୍ମକ ଭାବନା ସୃଷ୍ଟି ହେବ। ନୂଆ କାମ କରିବା କଥା ଭାବିବେ। ବେପାରୀଙ୍କ ଲାଗି ସମୟ ଭଲ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ।
କନ୍ୟା: ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ରାଜନୀତିରେ ସଫଳତା ପାଇବେ। ନିଜ କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ। ଜୀବନସାଥୀ ମନ ପସନ୍ଦ ଉପହାର ଦେବେ।
ତୁଳା: ରାଜନେତାଙ୍କ ଲାଗି ଦିନଟି ବହୁତ ଭଲ। ବହୁ ଦିନର ଆଶା ପୂରଣ ହେବ। ବ୍ୟବସାୟୀଙ୍କୁ ନୂଆ ସଫଳତା ମିଳିପାରେ। କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ।
ବିଛା: ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ମିଳିବ। ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।
ଧନୁ: ପୂଜାପାଠରେ ସମୟ ବିତିବ। ପୁରୁଣା ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ। ନୂଆ କାମ ଆରମ୍ଭ କରନ୍ତୁ, ଖୁବ୍ ଲାଭ ମିଳିବ। ଜମି ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ।
ମକର: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। କାମ କରିବାର ନୂଆ ଉପାୟ ସମ୍ପର୍କରେ ବିଚାର କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
କୁମ୍ଭ: କୋର୍ଟ କଚେରି ମାମଲାରେ ଭଲ ଖବର ପାଇବେ। ମନରେ ନୂଆ ବିଚାରର ସମାବେଶ ହେବ। ଚାକିରିଆ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଦମ୍ପତିଙ୍କ ଲାଗି ଭଲ ଦିନଟିଏ।
ମୀନ: ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ବ କୌଣସି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ।