ମେଷ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବେପାରୀଙ୍କୁ ଲାଭ ମିଳିବାର ଯୋଗ ଅଛି। ଦାମ୍ପତ୍ୟ ଜୀବନକୁ ନୂଆ ଢଙ୍ଗରେ ଖୁସି ଆସିବ। ଆପଣ ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।
ବୃଷ: ନୂଆ ଚାକିରି ପାଇଁ ଭଲ ସୁଯୋଗ ଆସିପାରେ। ପୁରୁଣା ନିବେଶରୁ ଲାଭ ପାଇବେ। ଆପଣଙ୍କ ସ୍ବଭାବରେ ଧାର୍ମିକତା ଜାଗ୍ରତ ହେବ। ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ କାମର ବୋଝ ଅଧିକ ରହିବ। ଆପଣଙ୍କ କ୍ୟାରିୟରରେ ପ୍ରଗତିର ଯୋଗ ଅଛି। ବାପାମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ।
କର୍କଟ: କୌଣସି କାମରେ ବିଦେଶ ଯିବାର ସୁଯୋଗ ପାଇବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣ କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ।
ସିଂହ: ଭଲ ରଣନୀତି ପ୍ରସ୍ତୁତ କରି କାମ କରିବେ। ପାରିବାରିକ ଖର୍ଚ୍ଚ ବଢ଼ିବ। ନିଜର ଯୋଜନା ଅନ୍ୟମାନଙ୍କୁ କହନ୍ତୁ ନାହିଁ। ଶିକ୍ଷାର୍ଥୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ।
କନ୍ୟା: ଆପଣଙ୍କୁ କୌଣସ ବଡ଼ ଲାଭ ପ୍ରାପ୍ତି ହୋଇପାରେ। ପାରିବାରିକ ଜୀବନରେ ଖୁସି ବଜାୟ ରହିବ। କାର୍ଯ୍ୟକ୍ଷେତ୍ରରେ ଜାତ ଆହ୍ବାନ ଦେଖି ପଛଘୁଞ୍ଚା ଦେବେନାହିଁ।
ତୁଳା: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆର୍ଥିକ ସାମର୍ଥ୍ୟ ବଢ଼ିବ। ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। କ୍ୟାରିୟରରେ ନୂଆ ସୁଯୋଗ ପାଇବେ।
ବିଛା: କାର୍ଯ୍ୟକ୍ଷେତ୍ରରେ ନୂଆ ମଉକା ମିଳିବ। ଆପଣଙ୍କ ସମ୍ମୁଖକୁ ଆହ୍ବାନ ଆସିବ। ଜୀବନସାଥୀଙ୍କ ପ୍ରେମ ଓ ସମ୍ମାନ ପାଇବେ। ନିଜର ପାଠପଢ଼ା ପାଇଁ ଧନ ସଂଚୟ କରିବେ।
ଧନୁ: ଆପଣଙ୍କ ଲାଗି ସକାରାତ୍ମକ ପରିବର୍ତ୍ତନର ଦିନଟିଏ। ବଡ଼ ସମାରୋହକୁ ଯିବାର ସୁଯୋଗ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ମକର: ଦିନଟି ଆପଣଙ୍କୁ ସଫଳତା ଦେବ। ଆପଣ ସକାରାତ୍ମକ ମାନସିକତା ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇବେ। ବ୍ୟବସାୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।
କୁମ୍ଭ: ଅଭିଜ୍ଞ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ପାରିବାରିକ ଆୟୋଜନରେ ଧନ ଖର୍ଚ୍ଚ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ।
ମୀନ: ଚାକିରିରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ। ପରିବାରରେ ଆନନ୍ଦର ପରିବେଶ ରହିବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ।