ମେଷ: ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ରହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। କାମକୁ ନେଇ ଆପଣଙ୍କର ପ୍ରଶଂସା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିପାରନ୍ତି।
ବୃଷ: କାମରେ ପରିବାର ଲୋକଙ୍କର ସହଯୋଗ ମିିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ଆଧିପତ୍ୟ ବଢ଼ିବ। ଅଫିସ କାମରେ ଅନ୍ୟମାନଙ୍କ ମତ ନିଅନ୍ତୁ ନାହିଁ।
ମିଥୁନ: ବ୍ୟବସାୟକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
କର୍କଟ: ଚାକିରିଆ ସମ୍ମାନଜନକ ପଦକୁ ଉନ୍ନୀତ ହୋଇପାରନ୍ତି। ବେପାରରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ବଜାୟ ରହିବ। ଆପଣଙ୍କ ସନ୍ତାନ ଶୁଭ ଖବର ଦେବେ।
ସିଂହ: ଆପଣ ନିଜର ଶକ୍ତି ଓ ପରିଶ୍ରମ ବଳରେ ସୁନାମ ଅର୍ଜନ କରିବେ। ମହିଳାମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ଠାରୁ ବହୁତ ସ୍ନେହ ମିଳିବ।
କନ୍ୟା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବନ୍ଧୁବର୍ଗଙ୍କ ଠାରୁ ଟିକେ ଦୂରତ୍ବ ରକ୍ଷା କରନ୍ତୁ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଶୁଭ। ଭାଇ ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।
ତୁଳା: ଆପଣଙ୍କର ଶତ୍ରୁ ଦୂରେଇ ରହିବେ। ବକେୟା ଅର୍ଥ ପାଇବେ। ନିଜ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ତର୍କବିତର୍କ ନକରି ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।
ବିଛା: ଆପଣଙ୍କ ଦିନଚର୍ଯ୍ୟାରେ ଅନୁଶାସନ ରହିବ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ସନ୍ତାନ ସହ ମିଶି କାମ ପୂରା କରିବେ। ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ।
ଧନୁ: କିଣାବିକା କାର୍ଯ୍ୟରେ ସଫଳତା ପାଇବେ। ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ଜୀବନସାଥୀଙ୍କ ଯୋଗୁଁ ମନୋବଳ ବଢ଼ିବ। ସାମାଜିକ ପରିସର ବୃଦ୍ଧି ହେବ।
ମକର: ନିଜର ଯୋଜନା କାହାରିକୁ ଜଣାନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ଅନ୍ୟଥା ଭଲ ଅବସର ହାତଛଡ଼ା ହେବ। ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ।
କୁମ୍ଭ: ସାମାଜିକ ସଂସ୍ଥାରେ କାର୍ଯ୍ୟରତ ଲୋକଙ୍କର ମାନ ସମ୍ମାନ ବଢ଼ିବ। ନିଜର ଅଧିକ ସମୟ ଧର୍ମାନୁଷ୍ଠାନରେ ବିତାଇବେ। ବେପାରକୁ ନେଇ ମସ୍ତିଷ୍କରେ ନୂଆ ନୂଆ ବିଚାର ଆସିବ।
ମୀନ: ଆପଣଙ୍କ ଉଦ୍ୟମରେ ଖୁଣ ରହିପାରେ। କାମ ନେଇ ଜୀବନସାଥୀଙ୍କ ପରାମର୍ଶ ଲାଭପ୍ରଦ ହେବ। ବନ୍ଧୁମାନଙ୍କ ସହିତ ପୁରୁଣା କଥା ମନେ ପକାଇ ସମୟ ବିତାଇବେ।