ମେଷ: ଭାଗ୍ୟର ଦ୍ବାର ଖୋଲିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ରାଜନୀତିରେ ରୁଚି ବଢ଼ିବ। ଯୋଗ ଅଭ୍ୟାସ କରାଉଥିବା ମହିଳାଙ୍କର ଯଥେଷ୍ଟ ଲାଭ ହେବ।
ବୃଷ: ଶୁଭସୂଚନା ପାଇବେ। ଅଧୁରା ଯୋଜନା ସଂପୂର୍ଣ୍ଣ କରିବା ଲାଗି ଉତ୍ତମ ସମୟ। ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।
ମିଥୁନ: ମାନସିକ ରୂପେ ସୁସ୍ଥ ରହିବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। କଥାହେବା ବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ରାଜନୀତିରେ ଲାଭହେବ। ପ୍ରେମଜୀବନ ଭଲ ରହିବ।
କର୍କଟ: ବଡ଼ଙ୍କର ଆଶୀର୍ବାଦ ପାଇବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ବ୍ୟବସାୟୀଙ୍କୁ ବଡ଼ ବରାଦ ମିଳିପାରେ। ଜୀବନସାଥୀ ପାଇଁ କିଛି ବିଶେଷ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ସିଂହ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପାମାଆଙ୍କ ସାହାଯ୍ୟ ପାଇବେ। ଅଫିସରେ ନୂଆ ପଦ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ।
କନ୍ୟା: ଦିମାକରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମ ପୂରା ହେବ। ବିଲଡ଼ର୍ସଙ୍କୁ ଠିକାରେ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।
ତୁଳା: ପୁରୁଣା ଚିନ୍ତା ସମାପ୍ତ ହେବ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଭ୍ରମଣ ସୁଖଦ ରହିବ। ପତ୍ନୀଙ୍କ ସହ ବ୍ୟବହାରରେ କୋମଳ ରହନ୍ତୁ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ବିଛା: ପରିବାରରେ ଶାନ୍ତିର ବାତାବରଣ ରହିବ। ବଜାରରେ କିଛି ସାମଗ୍ରୀ କିଣି ପାରନ୍ତି। କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ଜିଣିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଜମି ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ। ବୈବାହିକ ଜୀବନ ଖୁସିଭରା ରହିବ।
ମକର: ବନ୍ଧୁ ଠାରୁ ଭଲ ପରାମର୍ଶ ମିଳିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ନବବିବାହିତ ବୁଲି ଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
କୁମ୍ଭ: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଜୀବନସାଥୀଙ୍କ ଲାଗି ତାଙ୍କ ମନପସନ୍ଦର ବସ୍ତ୍ର କିଣିପାରନ୍ତି।
ମୀନ: ନୂଆ ବିଚାର ନିୟମ ଉପରେ ବିଚାର କରିବେ। ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।