ମେଷ: ଅଫିସରେ ଅଧିକ ସମୟ କାମ କରି ବାକିଥିବା କାମ ପୂରା କରିବେ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମିଷ୍ଟତାରେ ପୂର୍ଣ୍ଣ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବୃଷ: ସାମାଜିକ କାର୍ଯ୍ୟରେ ସମୟ ଦେବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ। ଇଂଜିନିୟରଙ୍କୁ ଭଲ କଂପାନିରେ ଚାକିରି ମିଳିବ। ମହିଳାମାନଙ୍କୁ ନିଜ ଲୋକଙ୍କ ବ୍ୟବହାର କଷ୍ଟ ଦେବ।
ମିଥୁନ: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଅସୁବିଧାରେ ପଡ଼ିପାରନ୍ତି। ରୋଜଗାର ଖୋଜୁଥିବା ଯୁବକଙ୍କୁ ନିଯୁକ୍ତି ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
କର୍କଟ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ପ୍ରିୟତମଙ୍କ ସହଯୋଗ ପାଇବେ। ବେପାର ଦି’ଗୁଣା ବୃଦ୍ଧି ପାଇବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।
ସିଂହ: ନାରାଜ ଥିବା ପ୍ରିୟଜନଙ୍କୁ ମନାଇବା ପାଇଁ ଉପହାର ଦେଇପାରନ୍ତି। ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।
କନ୍ୟା: ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ନୂଆ କାମ କରିବା ଲାଗି ରୁଚି ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।
ତୁଳା: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାରରେ କୌଣସି ଲୋକ ସହ ଲାଗିରହିଥିବା ମତଭେଦ ଦୂର ହୋଇଯିବ। ଉପାର୍ଜନ ଲାଗି ଭଲ ସୁଯୋଗ ପାଇବେ।
ବିଛା: ଯୋଜନା ବଦଳାଇ ପାରନ୍ତି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପରିଶ୍ରମର ସୁଫଳ ପାଇବେ। କୋର୍ଟ କଚେରି ମାମଲାରେ ଜିତିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ଆପଣଙ୍କର ଚଞ୍ଚଳ ସ୍ବଭାବ ଅଶାନ୍ତିକୁ ଆମନ୍ତ୍ରଣ କରିପାରେ। ଜୀବନସାଥୀଙ୍କ ସହଯୋଗରେ ପାରିବାରିକ ସମ୍ବନ୍ଧ ସୁଧାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯାନ କିଣିବା ଲାଗି ଦିନଟି ଶୁଭ।
ମକର: କୌଣସି କାମ ପୂରା ହେବା ଯୋଗୁଁ ଅଭିନନ୍ଦନ ପାଇବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂଆ କାମରେ ଆଗ୍ରହ ବଢ଼ିବ। ବୈବାହିକ ଜୀବନରେ ସ୍ଥିରତା ବଜାୟ ରହିବ।
କୁମ୍ଭ: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପଡ଼ୋଶୀ ଲୋକ ସହ ସାମାଜିକ କାର୍ଯ୍ୟ କରିବେ। ବେକାରଙ୍କୁ ରୋଜଗାର ମିଳିବାର ସମ୍ଭାବନା ଅଛି।
ମୀନ: ଜୀବନ ପ୍ରତି ଦୃଷ୍ଟିକୋଣ ବଦଳାନ୍ତୁ। ସାମାଜିକ ପରିସର ବୃଦ୍ଧି ହେବ। ଓକିଲଙ୍କ ପାଇଁ ଭଲ ଦିନ। ଅଚାନକ ଧନଲାଭ ହେବ। ପିଲାମାନଙ୍କ ସହ ହସଖୁସିରେ ସନ୍ଧ୍ୟା ବିତିବ।