ମେଷ: ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବ। ମହିଳାମାନେ ପିଲାମାନଙ୍କ ସହ ଜିନିଷ କିଣିବାକୁ ସହରକୁ ଯିବେ। ନୂଆ ବେପାର ଆରମ୍ଭ କରିବାର ଯୋଗ ଅଛି।
ବୃଷ: ଅଧିକାରୀମାନଙ୍କ ସହ ବିଶେଷ କାର୍ଯ୍ୟ ନେଇ କଥାବାର୍ତ୍ତା କରିବେ। ଇଂଜିନିୟର ନିଜର ଅଭିଜ୍ଞତା ଠିକ୍ ଦିଶାରେ ପ୍ରୟୋଗ କରିବେ। ଆପଣ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।
ମିଥୁନ: ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ସବୁ ସମୟରେ ନିଜର ଆତ୍ମବିଶ୍ବାସକୁ ଦୃଢ଼ ରଖିପାରିବେ ନାହିଁ। ପାରିବାରିକ ଜୀବନ ଶାନ୍ତିମୟ ହେବ।
କର୍କଟ: ଆଇନଗତ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କୁ ସମୟ ଦେବାରେ ସଫଳ ହେବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ଭଲରେ ସମୟ ବିତିବ।
ସିଂହ: ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ଅଫିସରେ ପରିବେଶ ଭଲ ରହିବ। ବରିଷ୍ଠଙ୍କ ସହ କଥାବାର୍ତ୍ତା ବେଳେ ନିଜର ଭାବଭଙ୍ଗୀ ଉପରେ ଧ୍ୟାନ ରଖନ୍ତୁ।
କନ୍ୟା: ଆପଣଙ୍କ କାମରେ ଭାଇ ଭଉଣୀ ସହଯୋଗ କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ମିଳିବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖଦ ବାତାବରଣ ରହିବ।
ତୁଳା: ଆପଣ ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ। ମାତାପିତାଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଦୀର୍ଘ ଦିନରୁ ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ।
ବିଛା: ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ହେବେ। ସବୁ ସମସ୍ୟାର ସମାଧାନ ବାହାରିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ଧନୁ: ସୁସମ୍ବାଦ ପାଇବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। କ୍ୟାରିୟରରେ ପରିଶ୍ରମର ସୁଫଳ ପାଇବେ। ସମାଜର ଲୋକ ଆପଣଙ୍କ ସହ ମିଶିବା ପାଇଁ ଆସିବେ।
ମକର: ନିତିଦିନିଆ କାମରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଲୋକଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନ ଠାରୁ ଖୁସି ଖବର ମିଳିବ।
କୁମ୍ଭ: ଅଧିକ ସମୟ ଭ୍ରମଣରେ ଅତିବାହିତ କରିବେ। ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଅଫିସ କାମ ଯୋଜନାବଦ୍ଧ ଢଙ୍ଗରେ ସଂପୂର୍ଣ୍ଣ ହୋଇଯିବ।
ମୀନ: ଛୋଟଛୋଟ କଥା ପ୍ରତି ଧ୍ୟାନ ଦେଲେ, କାମରେ ସଫଳତା ମିଳିବ। ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।