ମେଷ: କାର୍ଯ୍ୟ ପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ। ଲୋକଙ୍କ ସମ୍ମୁଖରେ ନିଜ ମତ ରଖିବାର ମଉକା ମିଳିବ। ଆପଣଙ୍କ ଯୋଜନା ଦ୍ବାରା ଲୋକେ ଖୁବ୍ ପ୍ରଭାବିତ ହେବେ।
ବୃଷ: ଆପଣ କିଛି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି, ଯାହା ଆପଣଙ୍କ ଘରର ବ୍ୟବସ୍ଥା ଠିକ୍ ରଖିବାରେ ସହାୟକ ହେବ। ଧର୍ମ ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେବ।
ମିଥୁନ: ନୂଆ ଯୋଜନାକୁ ନେଇ ବ୍ୟସ୍ତ ରହିବେ। ଆପଣ ଧୈର୍ଯ୍ୟ ଧରି ରହନ୍ତୁ। ଅଚାନକ ଧନଲାଭ ହେବା ଯୋଗୁଁ ଦିନ ଯାକ ଖୁସି ରହିବେ। ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ।
କର୍କଟ: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସଂଶୟର ସ୍ଥିତି ସମାପ୍ତ ହେବ। ଆପଣଙ୍କର ପୂରା ଧ୍ୟାନ ବ୍ୟବସାୟ କ୍ଷେତ୍ରରେ ଲଗାନ୍ତୁ। ଯାନ ଚଳାଇବା ବେଳେ ସାବଧାନ ରୁହନ୍ତୁ।
ସିଂହ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ। ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ। ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି।
କନ୍ୟା: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କାମ କରିବାର ନୂଆ ପଦ୍ଧତି ସମ୍ପର୍କରେ ବିଚାର କରିବେ।
ତୁଳା: ଖରାପ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଛକଥା ପ୍ରଚାର କରିପାରନ୍ତି। ଆପଣଙ୍କର ସ୍ଥିତି ଶୀଘ୍ର ସୁଧୁରିବାରେ ନଜର ଆସିବ।
ବିଛା: ଅଫିସରେ କୌଣସି କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଙ୍କ ଠାରୁ ଆପଣ କିଛି ନୂଆ କଥା ଶିଖିବାକୁ ପାଇବେ।
ଧନୁ: ଅଫିସରେ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିବ। ଆପଣଙ୍କ ଉପରେ ବାପାଙ୍କ ଆଶୀର୍ବାଦ ରହିବ। ନିଜ ଶକ୍ତି ବଳରେ ବହୁତ କିଛି ହାସଲ କରିବେ। ମନୋରଂଜନ ଲାଗି ସମୟ କାଢ଼ିବେ।
ମକର: ଅନ୍ୟମାନଙ୍କର ଭାବନା ପ୍ରତି ଧ୍ୟାନ ଦେବେ। ଜଟିଳ ମାମଲାକୁ ଶାନ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ହେବାର ସଙ୍କେତ ମିଳିବ।
କୁମ୍ଭ: କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବଡ଼ କାମ କରିବାର ଯୋଜନା କରିବେ। ଧର୍ମ ଓ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିପାରେ। ନବ ବିବାହିତ ଦମ୍ପତିଙ୍କ ଲାଗି ଦିନଟି ଭଲ।
ମୀନ: ବିରୋଧୀ ପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। କୌଣସି ପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତିର କାରଣ ହୋଇପାରେ। ଆଖପାଖର ଲୋକ ସାହାଯ୍ୟ କରିବେ।