ମେଷ: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଳାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ବ୍ୟବସାୟରେ ଉନ୍ନତି ହେବ। କୌଣସି ଲୋକ ଆର୍ଥିକ ସମସ୍ୟାରୁ ଆପଣଙ୍କୁ ବାହାର କରିବେ।
ବୃଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧିର ସମ୍ଭାବନା ଅଛି। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଢ଼ିବ। ଖର୍ଚ୍ଚ ବଢ଼ିପାରେ।
ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ନୂଆ ଲୋକଙ୍କ ସାହାଯ୍ୟ ପାଇପାରନ୍ତି। ଅଫିସରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ମିଳିବ।
କର୍କଟ: କ୍ୟାରିୟରରେ ଉନ୍ନତି ଲାଗି ଦିନଟି ବହୁତ ଭଲ ରହିବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସାଙ୍ଗ ସହିତ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଲାଭ ମିଳିବ।
ସିଂହ: ସବୁ କାମରେ ଆପଣ ସଫଳ ହେବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଫଳାଫଳ ମିଳିବ।
କନ୍ୟା: ଆପଣଙ୍କର ସବୁ କାମ ସିଦ୍ଧ ହେବ। ପତିପତ୍ନୀଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ରହିବ। ବ୍ୟବସାୟରେ ବିଶେଷ ସଫଳତା ହାସଲ କରିବେ। ଅଫିସରେ କାମର ବୋଝ ବଢ଼ିପାରେ।
ତୁଳା: ସାମାଜିକ କାର୍ଯ୍ୟ ପ୍ରତି ଆପଣଙ୍କ ମନ ଢଳିବ। ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବିଛା: କୌଣସି ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିରତା ବଜାୟ ରହିବ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ।
ଧନୁ: ଭାବିଥିବା କାମର ଗତି ବୃଦ୍ଧି ପାଇବ। ଆଖପାଖର ଲୋକଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ଖୁସି ରଖିବ। ପ୍ରିୟଜନଙ୍କ ପ୍ରତି ସ୍ନେହ ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।
ମକର: ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିପାରେ। କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାରର କାହାରି ସହିତ ବିବାଦୀୟ ପ୍ରସଙ୍ଗରେ ଆଲୋଚନା କରିବେ।
କୁମ୍ଭ: ଘରୋଇ କାମ ସଂପୂର୍ଣ୍ଣ କରିବାରେ ପରିବାର ଲୋକ ସହଯୋଗ କରିବେ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଚାହିଁବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ମୀନ: ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ବୁଦ୍ଧି ବିବେକ ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ନୂଆ ଲୋକଙ୍କ ସହିତ ପରିଚୟ ହେବ। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।