publive-imageମେଷ: ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବେପାରୀଙ୍କ ଲାଗି ଲାଭର ଯୋଗ ଅଛି। ଘର ଠାରୁ ଦୂରରେ ରହି ଚାକିରି କରୁଥିବା ଲୋକ ପରିବାର ଠାରୁ ଖୁସି ଖବର ପାଇବେ।

Advertisment

publive-imageବୃଷ: ଦାମ୍ପତ୍ୟ ଜୀବନକୁ ଖୁସି ଆସିବ। ଚାକିରି ବଦଳାଇବା ପାଇଁ ବିଚାର କରିବେ। ଜମିରେ ନିବେଶ କରିପାରନ୍ତି। ପରିବାରର ସହଯୋଗ ମିଳିବା ଯୋଗୁଁ ଆପଣଙ୍କୁ ଆଶ୍ବସ୍ତି ମିଳିବ।

publive-imageମିଥୁନ: ଚାକିରିରେ ପଦୋନ୍ନତିର ଯୋଗ ଅଛି। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କୁ ବରିଷ୍ଠଙ୍କ ପ୍ରୋତ୍ସାହନ ମିଳିବ। କାରବାର ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ।

publive-image

କର୍କଟ: କାର୍ଯ୍ୟକ୍ଷେତ୍ରରେ ବନ୍ଧୁର ପୂର୍ଣ୍ଣ ସହଯୋଗ ପାଇବେ। ବେପାରରେ ନୂଆ ସହମତି ହୋଇପାରେ। ନବବିବାହିତ ଦମ୍ପତ୍ତି ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

publive-imageସିଂହ: ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ ବଢ଼ିବ। ମାତାପିତା ଆପଣଙ୍କ କଥାରେ ଖୁବ୍ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ।

publive-imageକନ୍ୟା: ପରିବାରର କୌଣସି ବ୍ୟକ୍ତିଙ୍କୁ ବଡ଼ ସଫଳତା ମିଳିବ। ଅଫିସ କାର୍ଯ୍ୟରେ ବ୍ୟସ୍ତ ରହିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳ ତରଫରୁ ବଡ଼ ଦାୟିତ୍ବ ମିଳିବ।

publive-imageତୁଳା: ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageବିଛା: ଆପଣଙ୍କ ଲାଗି ଦିନଟି ସକାରାତ୍ମକ ରହିବ। ବ୍ୟାବସାୟିକ ଯୋଜନାର ସଫଳତା ପାଇବେ। ପରିବାର ସହିତ ମନ ପସନ୍ଦ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

publive-imageଧନୁ: ଆର୍ଥିକ ଦୃଷ୍ଟିରୁ କୌଣସି ମହତ୍ତ୍ବପୂର୍ଣ୍ଣ କାମ କରିବେ। ଛୋଟ ଛୋଟ କଥା ନେଇ ତର୍କବିତର୍କ କରନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ତାଳମେଳ ରଖି ଆଗକୁ ବଢ଼ନ୍ତୁ।

publive-imageମକର: ପାରିବାରିକ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବରିଷ୍ଠ ଏବଂ ଅନୁଭବୀ ବ୍ୟକ୍ତିଙ୍କ ସହିତ ସଂପର୍କ ସ୍ଥାପନ ହେବ। ବ୍ୟବସାୟରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ମିଳିବ।

publive-image

କୁମ୍ଭ: ଚାକିରି ସମ୍ବନ୍ଧୀୟ କାମରେ ଦୂର ସ୍ଥାନକୁ ଯିବେ। ସ୍ବାସ୍ଥ୍ୟର ଅବହେଳା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଲକ୍ଷ୍ୟ ହାସଲ ଲାଗି ନିରନ୍ତର ସକ୍ରିୟ ରହିବେ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିପାରେ।

publive-imageମୀନ: ନିଜର ବ୍ୟାବସାୟିକ ଯୋଜନା ପରିବର୍ତ୍ତନ କରିବେ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ। ନୂଆ ଘର କିଣିବା ଲାଗି ବିଚାର କରିବେ। ମନୋରଂଜନର ଅବସର ମିଳିବ।