ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଲାଭ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ବୃଷ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ପ୍ରଦାନ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିର ସମୟ ବିତିବ।

ମିଥୁନ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଠିକ୍‌ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ଆପଣଙ୍କ ପ୍ରୟାସ ଉତ୍ତମ ସାବ୍ୟସ୍ତ ହେବ। ରାଜ୍ୟ ବାହାରକୁ ଯିବାର ପଥ ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ସି˚ହ: ସକାରାତ୍ମକ ଭାବନାରେ ବଜାୟ ରଖନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳ ହେବେ। ସରକାର କ୍ଷେତ୍ରରୁ ଲାଭ ମିଳିପାରେ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ତୁଳା: ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କର ପୂରା ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ସୃଷ୍ଟି ହେବ।

ବିଛା: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ମନସ୍କାମନା ପୂରଣ ହେବ। ଆପଣଙ୍କ ଲାଗି କୌଣସି ବିଶେଷ ସୁଯୋଗ ମିଳିପାରେ। ଛାତ୍ରଙ୍କ ପାଇଁ ଦିନଟି ଭଲ।

ଧନୁ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମକର: ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ପୂର୍ବରୁ ଲାଗିରହିଥିବା ବିବାଦ ବା ମକଦ୍ଦମାର ସମାଧାନ ହେବ।

କୁମ୍ଭ: ବେପାରରେ ମନୋଯୋଗରେ କାମ କରିବା ଯୋଗୁଁ ଯଥେଷ୍ଟ ଲାଭ ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ଅଛି।

ମୀନ: ନିଜକୁ ଶକ୍ତିମାନ ଅନୁଭବ କରିବେ। ତୁରନ୍ତ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ।

ସମ୍ବନ୍ଧିତ ଖବର