ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ବେପାର ବୃତ୍ତିରେ ସ୍ଥିରତା ବଜାୟ ରହିବ। କୌଣସି ମହିଳା ବନ୍ଧୁଙ୍କ ସହଯୋଗ ପାଇପାରନ୍ତି।

 

ବୃଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। କୌଣସି ନୂଆ ବିଚାର ଉପରେ କାମ କରିବେ। କାରବାରରେ ଉନ୍ନତି ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

 

ମିଥୁନ: ପୁଞ୍ଜି ବଜାରରେ ନିବେଶ ପାଇଁ ଆପଣଙ୍କୁ ନୂଆ ପରାମର୍ଶ ମିଳିପାରେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଲାଭ ହୋଇପାରେ।

 

କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

ସି˚ହ: ମନ ଚାହୁଥିବା କ˚ପାନିରେ ଚାକିରି ମିଳିବା ଯୋଗୁ ଖୁସି ହେବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ହେବ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ଲାଭପ୍ରଦ ସାବ୍ୟସ୍ତ ହେବ।

 

କନ୍ୟା: ବିଗତ ଦିନର ଅଭିଜ୍ଞତା କାମରେ ଆସିବ। ଭଲ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ। ଆପଣଙ୍କୁ ଚୁକ୍ତିବଦ୍ଧ କାର୍ଯ୍ୟ ମିଳିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

 

ତୁଳା: ସଫଳତା ଓ ଉଚ୍ଚ ପଦ ମିଳିବାର ଯୋଗ ରହିଛି। ଅନ୍ୟମାନଙ୍କ ସହିତ ଆପଣଙ୍କର ଭଲ ତାଳମେଳ ରହିବ। ଛାତ୍ରଙ୍କର ପ୍ରଦର୍ଶନ ଭଲ ରହିବ।

 

ବିଛା: କାର୍ଯ୍ୟ କ୍ଷେତ୍ରରେ ବାଧା ଉପୁଜିବା ଯୋଗୁ ଟିକେ ଚିନ୍ତିତ ହେବେ। ପଇସା ଦିଆନିଆରୁ ନିବୃତ୍ତ ରହନ୍ତୁ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

 

ଧନୁ: ଆପଣଙ୍କର ବଡ଼ରୁ ବଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।

 

ମକର: କାରବାରରୁ ଆପଣଙ୍କୁ ଲାଭ ହିଁ ଲାଭ ହେବ। ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ।

 

କୁମ୍ଭ: ପୂର୍ବରୁ କରିଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିବ। ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡ଼ିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

 

ମୀନ: କୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ସମସ୍ତଙ୍କ ମତ ଶୁଣନ୍ତୁ। ରାଜନୀତିରେ ଆର୍ଥିକ ଲାଭ ହେବ।

ସମ୍ବନ୍ଧିତ ଖବର