ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଅନ୍ୟର ମାମଲାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ପ୍ରିୟବନ୍ଧୁ ଆପଣଙ୍କୁ ଯାହା ପରାମର୍ଶ ଦେବେ ତାକୁ ମାନି ନିଅନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।‌

 

ବୃଷ: ଆପଣଙ୍କର ସବୁ ବଳକା କାମ ପୂରା ହୋଇଯିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।‌

ମିଥୁନ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣିବେ। ମନରେ ଉତ୍ସାହ ରହିବ। କାରବାରରେ ଲାଭ ହେବ। ବାହାରକୁ କାମରେ ଗଲାବେଳେ ଯାନ ସାବଧାନତାର ସହ ଚଳାନ୍ତୁ।‌

କର୍କଟ: ଆପଣଙ୍କର ଉନ୍ନତିର ଯୋଜନା ଲୋକଙ୍କୁ ଜଣାନ୍ତୁ ନାହିଁ। କୋର୍ଟ କଚେରି ମାମଲାରେ ଆପଣ ଆଶ୍ବସ୍ତି ପାଇବେ। ଚାକିରି ବଦଳାଇବା ପାଇଁ ଭାବିବେ। ପ୍ରେମ ଜୀବନ ମଧୁର ହେବ।‌

ସିଂହ: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିବ। ଆପଣଙ୍କୁ ନିଜ ଲୋକଙ୍କ କଥା ଖରାପ ଲାଗିପାରେ। ବିଦ୍ୟାର୍ଥୀ ଗୁରୁଙ୍କ ମାଧ୍ୟମରେ କୌଣସି ବିଷୟ ବୁଝିବାରେ ସଫଳ ହେବେ।

କନ୍ୟା: ଯେଉଁ କାମ କରିବେ ନିର୍ଦ୍ଧାରିତ ସମୟ ଭିତରେ ପୂରା କରିଦେବେ। ଆପଣଙ୍କୁ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିବେ। କ୍ୟାରିୟରରେ ନୂଆ ଅବସର ପାଇବେ।

 

ତୁଳା: ମାମୁଁ ଘରୁ କୌଣସି ଶୁଭ ଖବର ପାଇବେ। ଧାର୍ମିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଅବସର ପାଇବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀଙ୍କ ସହ ବୁଲି ଯାଇପାରନ୍ତି।

ବିଛା: ବିଦେଶୀ କଂପାନି ସହ ଚୁକ୍ତି ହେବାର ଯୋଗ ରହିଛି। ପଡ଼ୋଶୀଙ୍କ ସହ ମିଶି ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲୋକମାନଙ୍କ ମନରେ ଆପଣଙ୍କ ପ୍ରତି ସମ୍ମାନ ବଢ଼ିବ।

 

ଧନୁ: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ନିଜର ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ଉନ୍ନତି ପାଇଁ ଅନ୍ୟମାନଙ୍କର ସହଯୋଗ ମିଳିବାର ଯୋଗ ଅଛି। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

 

ମକର: ଲେଖକଙ୍କୁ ପ୍ରଶଂସା ମିଳିବ। କୌଣସି ବଡ଼ ପ୍ରକଳ୍ପ ଆଜି ସହଜରେ ସଂପୂର୍ଣ୍ଣ କରିଦେବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ।

 

କୁମ୍ଭ: କଥାବାର୍ତ୍ତା ବେଳେ ସଂଯମ ରକ୍ଷା କରନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। କାମରେ ସୁଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେ‌ବ। ବେକାରଙ୍କୁ ଚାକିରିର ସୁଯୋଗ ମିଳିବ।

ମୀନ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ମନରେ ଘୂରି ବୁଲିଥିବା ଯୋଜନାରୁ ଲାଭ ପାଇବେ। ଚାକିରି କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ।

ସମ୍ବନ୍ଧିତ ଖବର