ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଖାଦ୍ୟ ପାନୀୟ ଗ୍ରହଣ ବେଳେ ସଜାଗ ରୁହନ୍ତୁ।

ବୃଷ: ଭାଇ ଭଉଣୀଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ଛାତ୍ରଛାତ୍ରୀ କିଛି ନୂଆ ଦକ୍ଷତା ହାସଲ କରିବେ।

ମିଥୁନ: ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଜୀବନସାଥୀଙ୍କ ମତ ବ୍ୟବସାୟରେ ଲାଭ ଆଣିଦେବ। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ ଲଗାଇବେ। ‌

କର୍କଟ: ଆପଣ ଭାବିଥିବା କାମ ପୂରା ହେବ। ବନ୍ଧୁ ସହିତ ବଚସା ହୋଇପାରେ। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ସିଂହ: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିପାରନ୍ତି। ପ୍ରେମିକା ସହିତ ବସି ତାଙ୍କୁ ମନ କଥା କହିବେ।

କନ୍ୟା: ଦୈନିକ କାର୍ଯ୍ୟରେ ପୂର୍ଣ୍ଣ ସଫଳତା ପାଇବେ। ଅଚାନକ ଧନଲାଭ ହେବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବୃଦ୍ଧି ପାଇବ। ବାପା ମାଆଙ୍କର ସ୍ନେହ ପାଇବେ।

ତୁଳା: ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଘରେ ମନ ପସନ୍ଦର ଖାଦ୍ୟ ଖାଇବେ। ବନ୍ଧୁ ସହିତ ଅତୀତ କଥା ମନେ ପକାଇବେ। ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।

ବିଛା: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ। ଓକିଲଙ୍କ ଲାଗି ଦିନଟି ଆରାମଦାୟକ।

ଧନୁ: ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରର ସମସ୍ତେ ଏକତ୍ର ବସି ପୂର୍ବ ସ୍ମୃତି ମନେ ପକାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମକର: ଆପଣଙ୍କ ପାଇଁ ଦିନଟି ଲାଭଦାୟକ। ସନ୍ଧ୍ୟାରେ ବନ୍ଧୁ ସହିତ କଥା ହୋଇ ଭଲ ଲାଗିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବକେୟା ଅର୍ଥ ମିଳିପାରେ।

କୁମ୍ଭ: ସଂସ୍ପର୍ଶରେ ଆସୁଥିବା ସବୁ ବ୍ୟକ୍ତିଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଆପଣ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତୁ ନାହିଁ।

ମୀନ: ସେଭଳି ଜିନିଷ ଉପରେ ଗୁରୁତ୍ବ ଦିଅନ୍ତୁ ଯାହା ଆପଣଙ୍କ ପରିବାର ଲାଗି ମହତ୍ତ୍ବପୂର୍ଣ୍ଣ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।

ସମ୍ବନ୍ଧିତ ଖବର