ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ଅଛି। ପୂର୍ବରୁ ନେଇଥିବା ନିଷ୍ପତ୍ତିର ସୁଫଳ ପାଇବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ।

 

ବୃଷ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଶେଷ ସଫଳତା ମିଳିବ।

ମିଥୁନ: ପୂଜାପାଠରେ ସମୟ ବିତିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ପୂର୍ବରୁ ମିଳିବାକୁ ଥିବା ପଇସା ପାଇବେ। ବେପାର ବୃଦ୍ଧି ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ।

କର୍କଟ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ। ଜୀବନସାଥୀଙ୍କୁ ଦରକାରୀ ବସ୍ତୁ ଉପହାର ଦେବେ।

ସିଂହ: ବିଶେଷ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀଙ୍କୁ ନୂଆ ପ୍ରକଳ୍ପ ମିଳିବ।

କନ୍ୟା: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖିଥିବା ଯୋଗୁଁ ସରକାରୀ କାମରେ ଲାଭ ହେବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପ୍ରିୟ ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ।

 

ତୁଳା: ଇଲେକ୍ଟ୍ରୋନିକ୍‌ସ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ। ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନେଇ କାମ କରନ୍ତୁ, ଲାଭ ହେବ। ଚାକିରିରେ ପଦୋନ୍ନତିର ଯୋଗ ଅଛି।

ବିଛା: ଶିକ୍ଷା ସଂସ୍ଥାରେ କାର୍ଯ୍ୟରତ ଲୋକଙ୍କୁ ଲାଭ ମିଳିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ, ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଅନୁକୂଳ।

 

ଧନୁ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ନିହାତି ଆବଶ୍ୟକତା ନଥିଲେ ଦୂର ସ୍ଥାନକୁ ଯାଆନ୍ତୁ ନାହିଁ। ଅଫିସ କାମରେ ଅବହେଳା କରନ୍ତୁ ନାହିଁ।

 

ମକର: ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ଜୀବନରେ ଖୁସି ବଜାୟ ରହିବ। ଫ୍ୟାସନ୍‌ ଡିଜାଇନ୍‌ ଛାତ୍ରୀ କିଛି ନୂଆ ଶିଖିବେ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ।

 

କୁମ୍ଭ: ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ତାଙ୍କ ସହ ମିଶି ବେପାର କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ପାଇବ। ପାରିବାରିକ ଜୀବନ ସୁଖକର ହେବ।

ମୀନ: ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରକୁ ନେଇ ଭଲ ନିଷ୍ପତ୍ତି ନେବେ। ଜମିରେ ନିବେଶ ପୂର୍ବରୁ ମୁରବିଙ୍କ ସହ ବିଚାର ବିମର୍ଶ କରନ୍ତୁ। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ।

ସମ୍ବନ୍ଧିତ ଖବର