ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କ୍ୟାରିୟରରେ ଆପଣଙ୍କୁ ନିଜ ଗୁରୁଙ୍କ ସହଯୋଗ ମିଳିବ। ଅନ୍ୟମାନଙ୍କ ଆଗରେ ନିଜ କଥା ସ୍ପଷ୍ଟଭାବେ କହି ପାରିବେ। ଟଙ୍କା ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ‌

 

ବୃଷ: ଅନ୍ୟର ଉତ୍ସାହ ଦେଖି ଆପଣ ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ଘର କାମ ପାଇଁ ଅଫିସ କାମରେ ଯୋଗ ଦେବାରେ ବିଳମ୍ବ ହେବ।

ମିଥୁନ: ଦୀର୍ଘ ଦିନରୁ ଅପେକ୍ଷା କରିଥିବା ସଫଳତା ହାସଲ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ। ‌

କର୍କଟ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। କ୍ୟାରିୟରରେ ଆଗକୁ ବଢ଼ିବେ। ବ୍ୟବସାୟୀଙ୍କର ଧନଲାଭ ହେବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ।‌

ସିଂହ: ଆପଣଙ୍କ ମନ ସକାରାତ୍ମକ ରହିବ। ନୂଆ ପ୍ରକଳ୍ପରେ କାମ କରି ବହୁତ କିଛି ଶିଖିବେ। ବ୍ୟବସାୟରେ କୌଣସି ନୂଆ ଗୋଷ୍ଠୀରେ ସାମିଲ ହେବାକୁ ଭାବି ପାରନ୍ତି।‌

କନ୍ୟା: ସାମାଜିକ ପରିସର ବୃଦ୍ଧି ପାଇବ। ଦୈନନ୍ଦିନ କାମରେ ପୂର୍ଣ୍ଣରୂପେ ସଫଳତା ପାଇବେ। କାହାରି ସହ ବାଦ ବିବାଦ କରନ୍ତୁ ନାହିଁ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।

 

ତୁଳା: ନିଜ ସାମର୍ଥ୍ୟ ପ୍ରମାଣିତ କରିବା ଲାଗି ଭଲ ଦିନଟିଏ। ସବୁ କାମରେ ସଫଳତା ପାଇବେ। ବେକ‌ାରଙ୍କୁ ରୋଜଗାରର ଅବସର ମିଳିବ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ବିଛା: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ସୁଯୋଗ ମିଳିପାରେ। ପରିବାର ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ନୂଆ ବେପାର ଚୁକ୍ତି ଫଳପ୍ରଦ ସାବ୍ୟସ୍ତ ହେବ।

 

ଧନୁ: ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।

 

ମକର: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। କାହାରି ସହ ତର୍କବିତର୍କ କରନ୍ତୁ ନାହିଁ। ଅଫିସରେ ଅଧିକ ସମୟ କାମ କଲେଯାଇ ବଳକା କାମ ପୂରା ହେବ। ଖର୍ଚ୍ଚ କମ୍ କରନ୍ତୁ।

 

କୁମ୍ଭ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ।

ମୀନ: ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ। ଧନଲାଭର ଯୋଗ ଅଛି। କାରବାର ଦ୍ରୁତଗତିରେ ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ସୁଧାର ହେବ।

ସମ୍ବନ୍ଧିତ ଖବର