ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ଯୋଜନା ତିଆରି କରିବା ଏବଂ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। ରାଜନୀତିକ ମହତ୍ବାକାଂକ୍ଷା ପୂରା ହେବ। ଘରକୁ କୁଣିଆ ଆସିବେ।

ବୃଷ: ନିଜର କାମ ସାବଧାନରେ କରନ୍ତୁ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଛାତ୍ରଙ୍କୁ କିଛି ଶିଖାଇବା ଲାଗି ଦିନଟି ଭଲ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।

ମିଥୁନ: ଭାବନା ସକାରାତ୍ମକ ବଜାୟ ରଖନ୍ତୁ। କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅଫିସରେ ବାକିଥିବା କାମ ସଂପୂର୍ଣ୍ଣ କରିବା ଲାଗି ଚେଷ୍ଟା କରିବେ। ଅଚାନକ ଧନଲାଭ ହେବ।

କର୍କଟ: ଆପଣ ଯାହା ସହିତ ମିଶିବେ ସେ ଆପଣଙ୍କ ପ୍ରତି ପ୍ରଭାବିତ ହେବେ। କାରବାରରେ ଯଥେଷ୍ଟ ଲାଭ ପାଇବେ। ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ।

ସିଂହ: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଯୋଗାଯୋଗ ତାଲିକାରେ କିଛି ନୂଆ ଲୋକ ଯୋଡ଼ିବେ। ବଡ଼ ସୁଯୋଗ ମିଳିବାରୁ ଧନଲାଭ ଯୋଗ ରହିଛି।

କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ପ୍ରସ୍ତୁତ କରିଥିବା ଯୋଜନାରେ କିଛି ପରିବର୍ତ୍ତନ କରିପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ।

ତୁଳା: ଶତ୍ରୁ ଆପଣଙ୍କୁ ପରାସ୍ତ କରିବା ଲାଗି ଚେଷ୍ଟା କରିବେ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମ ସମ୍ବନ୍ଧରେ ନିବିଡ଼ତା ଆସିବ।

ବିଛା: ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ମାଆଙ୍କ ସହ ଭଲ ବୁଝାମଣା ରହିବ। ଖାଦ୍ୟ ପାନୀୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

ଧନୁ: ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଧନଲାଭ ଯୋଗ ରହିଛି। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହୋଇପାରେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ମକର: ସାମାଜିକ କାର୍ଯ୍ୟରେ ଆପଣ ଯୋଗ ଦେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ।

କୁମ୍ଭ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇପାରିବେ। ଚାକିରିରେ ଉନ୍ନତି ହେବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ମନରେ ଚିନ୍ତା ରହିବ।

ମୀନ: ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ଭବିଷ୍ୟତ ଲାଗି ପ୍ରସ୍ତୁତ କରିଥିବା ଯୋଜନା ଉପରେ ବିଚାର ବିମର୍ଶ କରନ୍ତୁ। ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରଖନ୍ତୁ।

ସମ୍ବନ୍ଧିତ ଖବର