ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜକ ଇଚ୍ଛା ପୂରଣ କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ।

ବୃଷ: ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁ ସହିତ କଥା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ।

ମିଥୁନ: ସଠିକ୍ ଫଇସଲା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବନ୍ଧୁ ଆପଣଙ୍କର ପ୍ରଶଂସା କଲେ ସାବଧାନ ରୁହନ୍ତୁ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ।

କର୍କଟ: ମନ ଲଗାଇ କାମ କରିବେ। ଅଫିସରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ବିବାହିତ ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ।

ସିଂହ: ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନଲାଭର ଅବସର ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସୁଖଦ ଖବର ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।

ତୁଳା: ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।

ବିଛା: ବ୍ୟବସାୟ ବୃଦ୍ଧି ଲାଗି ନୂଆ ଉପାୟ ଗ୍ରହଣ କରିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।

ଧନୁ: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ।

ମକର: ଆପଣଙ୍କ ମନରେ କିଛି ଆଶା ଉତ୍ପନ୍ନ ହେବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ଖେଳାଳିଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନୂଆ କୌଶଳରେ କାମ କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।

ମୀନ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରିୟଜନଙ୍କ ସହିତ ଘନିଷ୍ଠତା ବଢ଼ିବ।

ସମ୍ବନ୍ଧିତ ଖବର