ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ ଲାଗି ଦିନଟି ଶୁଭ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ସନ୍ତାନଙ୍କର ବଢ଼ୁଥିବା ଦାବିକୁ ନେଇ ଚିନ୍ତିତ ରହିବେ।

 

ବୃଷ: ଅଧିିକ ପରିଶ୍ରମ ଦ୍ବାରା ସବୁ କାମ ସ˚ପୂର୍ଣ୍ଣ କରିନେବେ। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ ସୁଧାର ହୋଇପାରେ। ବ୍ୟବସାୟରେ ବିପଦପୂର୍ଣ୍ଣ ପଦକ୍ଷେପରୁ ନିବୃତ୍ତ ରୁହନ୍ତୁ।

 

ମିଥୁନ: ବ୍ୟବସାୟ ଓ ଚାକିରିରେ ଲାଗି ରହିଥିବା ବିବାଦର ସମାପ୍ତ ହେବ। ଆପଣଙ୍କୁ ଯଥେଷ୍ଟ ବିଶ୍ରାମ ମିଳିବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ।

 

କର୍କଟ: ସୃଜନଶୀଳ କାର୍ଯ୍ୟରେ ଆପଣଙ୍କ ମନ ଲାଗି ରହିବ। ପୁରୁଣା କବିତା ପାଇଁ ଆପଣଙ୍କୁ ପୁରସ୍କାର ମିଳିପାରେ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ।

 

ସି˚ହ: ଆପଣ ବଡ଼ ବ୍ୟବସାୟ ଗ୍ରୁପରେ ଭାଗୀଦାର ହେବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଘର ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହେବ।

 

କନ୍ୟା: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ରାଜନୀତିରେ ମାନସମ୍ମାନ ପାଇବେ। ଅଧୢାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।

 

ତୁଳା: ଲୋକମାନଙ୍କ ଧୢାନ ଆକର୍ଷଣ କରିବାରେ ସଫଳ ହେବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଧର୍ମ ସ୍ଥାନକୁ ଯାତ୍ରା ଶୁଭଫଳଦାୟକ ହେବ।

 

ବିଛା: ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ବ୍ୟବସାୟ ନେଇ ଯାତ୍ରା ସାର୍ଥକ ହେବ। କୋର୍ଟ କଚେରି ମାମଲାରେ ସଫଳତା ମିଳିପାରେ।

 

ଧନୁ: ବିଶେଷ ପ୍ରସଙ୍ଗ ନେଇ ଆପଣଙ୍କର ଚିନ୍ତାଧାରା ବଦଳି ପାରେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଶୁଭ। ପାରିବାରିକ ଜୀବନ ସୁଖମୟ ହେବ।

 

ମକର: ପୂଜାର୍ଚ୍ଚନାରେ ସମୟ ବିତିବ। ବିବାହିତଙ୍କୁ ଶୁଭ ସମାଚାର ମିଳିବ। ଛାତ୍ରଛାତ୍ରୀଙ୍କ ମନରେ ନୂଆ ବିଚାର ଆସିବ।

 

କୁମ୍ଭ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ବିଶେଷ କାମରେ ବନ୍ଧୁଙ୍କ ଠାରୁ ଉତ୍ତମ ପରାମର୍ଶ ପାଇବେ। ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ।

 

ମୀନ: ଅନ୍ୟ ଲୋକମାନଙ୍କ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। କାରବାରରେ ଲାଭର ସୁଯୋଗ ଆସିବ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ସମ୍ବନ୍ଧିତ ଖବର