ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ସହ ବନ୍ଧୁତା ଆହୁରି ମଜଭୁତ ହେବ। ପିଲାଙ୍କ ପାଠପଢ଼ାକୁ ନେଇ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଘରର ବୟସ୍କଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ: ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ଅଫିସରେ କୌଣସି କାମକୁ ନେଇ ମାନସ ମନ୍ଥନ କରିବେ।

ମିଥୁନ: ବେପାର ବଢ଼ାଇବା ଲାଗି ନୂଆ ଯୋଜନା ଆରମ୍ଭ କରିବେ। ଆର୍ଥିକ ଦୃଷ୍ଟିରୁ ଦିନଟି ଆପଣଙ୍କ ଲାଗି ଅନୁକୂଳ। ପୈତୃକ ସଂପତ୍ତିରୁ ଆପଣଙ୍କୁ ଲାଭ ହେବ।

କର୍କଟ: ବାକିଥିବା ଥିବା କାମ ପୂରା ହେବ। ବିରୋଧୀ ଆପଣଙ୍କଠୁଁ ଦୂରତ୍ବ ରକ୍ଷା କରିବେ। କୌଣସି ବନ୍ଧୁଙ୍କ ଠାରୁ ବିଶେଷ ସାହାଯ୍ୟ ପାଇବେ।

ସିଂହ: କାର୍ଯ୍ୟରେ ପରିବାର ଲୋକଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ନୂଆ ବାହନ କିଣିବା ଲାଗି ବିଚାର କରିବେ। ବନ୍ଧୁ ସହ ସମୟ ଅତିବାହିତ କରିବା ଯୋଗୁଁ ମନ ହାଲୁକା ହେବ।

କନ୍ୟା: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ବଜାରରେ ବନ୍ଧୁ ସହ ସାକ୍ଷାତ ହେବ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ତୁଳା: ବାକି ଥିବା କାମ ପୂରା ହେବ। ଅଫିସରେ ପ୍ରତିଯୋଗିତାମୂଳକ ସ୍ଥିତି ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ବିଛା: କେହି ଆପଣଙ୍କ କାମରେ ବାଧା ଉତ୍ପନ୍ନ କରିପାରନ୍ତି। ପିଲାମାନେ ଆପଣଙ୍କ କାମରେ ସହଯୋଗ କରିବେ। କ୍ୟାରିୟରକୁ ଉତ୍କୃଷ୍ଟ କରିବା ଲାଗି ଯୋଜନା କରିବେ।

ଧନୁ: କ୍ୟାରିୟର ନେଇ ବିଶେଷ ପରିବର୍ତ୍ତନ କରିବେ। ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ।

ମକର: ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ସାରିବେ। ଆପଣଙ୍କ ସଚ୍ଚୋଟତାରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଘରେ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନର ଯୋଜନା କରିବେ।

କୁମ୍ଭ: ପ୍ରସ୍ତୁତ କରିଥିବା ଯୋଜନାରେ ସଫଳ ହେବେ। ବ୍ୟକ୍ତିଗତ କଥା କାହାରିକୁ ଜଣାନ୍ତୁ ନାହିଁ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ।

ମୀନ: ଆପଣଙ୍କ ମନକୁ ନୂଆ ନୂଆ ବିଚାର ଆସିବ। ସ୍ବାସ୍ଥ୍ୟ ଭଲ ରହିବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ। ଆଗାମୀ ଦିନ ପାଇଁ ବଡ଼ ଯୋଜନା କରିବେ।

ସମ୍ବନ୍ଧିତ ଖବର