ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଚାରିପାଖରେ ଆନନ୍ଦର ପରିବେଶ ରହିବ। ଦୋକାନୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ।

ବୃଷ: ବୈବାହିକ ସମ୍ବନ୍ଧରେ ସୌହାର୍ଦ୍ଦ ବଜାୟ ରହିବ। ବେପାରୀଙ୍କୁ ବହୁତ ଲାଭ ମିଳିବ। ଘରେ ଧାର୍ମିକ ଅନୁଷ୍ଠାନର ଆୟୋଜନ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଚାକିରିଆ ଆଗକୁ ବଢ଼ିବାର ମଉକା ପାଇବେ। ନିଜର ବ୍ୟବହାର ବଦଳାଇବେ। ସନ୍ତାନର ପଢ଼ା ନେଇ ଭଲ ଖବର ପାଇବେ।

କର୍କଟ: ଆପଣଙ୍କୁ ସଫଳତା ମିଳିବାର ଦିନଟିଏ। ଆପଣଙ୍କ ଭିତରେ ସକାରାତ୍ମକ ବିଚାର ଆସିବ। ଧନଲାଭ ପାଇଁ ଏକାଧିକ ସୁଯୋଗ ପାଇବେ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।

ସିଂହ: ଚାକିରି ପାଇଁ ନୂଆ ଅବସର ପାଇବେ; ଇଚ୍ଛା ପୂରା ହେବ। ବେପାରୀଙ୍କ ଲାଗି ଦିନଟି ଭଲ। ଘରକୁ ବନ୍ଧୁ ଆସିବେ। ଆପଣ କୌଣସି ମୂଲ୍ୟବାନ ଉପହାର ପାଇବେ।

କନ୍ୟା: ନୂଆ ଲୋକଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ଚାକିରିରେ ଭଲ ମଉକା ପାଇବେ। ନିଜ ବ୍ୟବହାରକୁ ସଂଯମ ରଖନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ତୁଳା: ପ୍ରତିଟି କାମରେ ଭଲ ପରିଣାମ ପାଇବେ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଫଳ ମିଳିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ।

ବିଛା: ଅନ୍ୟମାନଙ୍କ ସହଯୋଗ ପାଇବେ। ଯେଉଁ କାମ କରିବେ କମ୍ ସମୟରେ ପୂରା କରିଦେବେ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ଧନୁ: ଭାଗ୍ୟ ଶକ୍ତିଶାଳୀ ରହିବ। ପରିବାରରେ ପ୍ରେମର ଭାବନା ବଜାୟ ରହିବ। ଅବିବାହିତ ଲୋକଙ୍କ ବିବାହ କଥା ଚାଲିବ। ଚାକିରି ବଦଳାଇବା ପାଇଁ ସମୟ ଅନୁକୂଳ ରହିଛି।

ମକର: ଆପଣଙ୍କର ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ନୂଆ କାରବାରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ମୁରବିଙ୍କ ପରାମର୍ଶ ନିଅନ୍ତୁ। ଧନପ୍ରାପ୍ତି ପାଇଁ ଏକରୁ ଅଧିକ ସୁଯୋଗ ପାଇବେ।

କୁମ୍ଭ: ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତୁ।

ମୀନ: ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆପଣଙ୍କ କ୍ୟାରିୟର ପାଇଁ ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲିଯିବା ପାଇଁ ଯୋଜନା କରିବେ। ପରିବାରରେ ଭଲ ତାଳମେଳ ରହିବ।

ସମ୍ବନ୍ଧିତ ଖବର