ମେଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। କଳା କ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବୃଷ: ମନପସନ୍ଦ ଜାଗାକୁ ଚାକିରିଆଙ୍କର ବଦଳି ହୋଇପାରେ। ବ୍ୟବସାୟରେ ସଫଳତା ଓ ଲାଭ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ପରିବାର ଲୋକଙ୍କ ସହିତ ସମୟ କାଟିବେ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିବେ। ବଡ଼ ଖୁସି ଖବର ପାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
କର୍କଟ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। କୌଣସି ସମାରୋହକୁ ଯିବା ପାଇଁ ଭାବି ପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
ସିଂହ: କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ତିଆରି କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ।
କନ୍ୟା: ବେପାରରେ ଲାଭ ଯୋଗୁଁ ଆର୍ଥିକ ସ୍ଥିତି ଭଲ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ପ୍ରଶଂସା କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।
ତୁଳା: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ।
ବିଛା: ପରିବାରରେ କୌଣସି କଥାକୁ ନେଇ ସମସ୍ତେ ଏକମତ ହେବେ। ଜୀବନସାଥୀଙ୍କୁ ଭଲ ଉପହାର ଦେଇପାରନ୍ତି। କ୍ରିକେଟ୍ ଖେଳାଳିଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ପାଇବ।
ଧନୁ: ଅଧିକ କ୍ରୋଧରୁ ନିବୃତ୍ତ ରୁହନ୍ତୁ। ଜମିରେ ନିବେଶ ଲାଗି ଦିନଟି ଭଲ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ମକର: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।
କୁମ୍ଭ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଜିନିଷ କିଣିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ଆପଣଙ୍କ କାମ ମନମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ସ୍ବରୂପ ଉପଯୋଗୀ ବସ୍ତୁ ଦେବେ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା ଗଢ଼ିବେ।